Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୫୦୭୦ କୋଟି ଟଙ୍କାର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନା (ପିଏମ-ଏଏସୱାଇ)କୁ କ୍ୟାବିନେଟ୍‌ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ୫,୦୭୦ କୋଟି ଟଙ୍କା ବ୍ୟୟ ଅଟକଳ ସହ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନା (ପିଏମ-ଏସଏସୱାଇ)’ ଯୋଜନାକୁ ଅନୁମୋଦନ କରିଛି । ଏହି ଯୋଜନା ଅଧୀନରେ ଦେଶରେ ଶକ୍ତି ସଂରକ୍ଷଣ ପ୍ରଣାଳୀ (ଇଏସଏସ) ସହିତ ଭାସମାନ ସୌର ଫୋଟୋଭୋଲ୍ଟାଇକ୍‌ (ଏଫଏସପିଭି) ପ୍ରକଳ୍ପ ବିକଶିତ କରାଯିବ । 

ପିଏମ-ଏସଏସୱାଇ ଯୋଜନା ଅଧୀନରେ, ୫ ହଜାର ମେଗାୱାଟ୍ ଭାସମାନ ସୌର ଫୋଟୋଭୋଲ୍ଟାଇକ୍ ପ୍ରକଳ୍ପମାନ ବିକଶିତ କରାଯିବ। ଏଥିରେ ସର୍ବନିମ୍ନ ଦୁଇ ଘଣ୍ଟା ଅର୍ଥାତ୍ ୧୦ ହଜାର ମେଗାୱାଟ୍-ଘଣ୍ଟା ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକୁ ୨୦୨୬-୨୭ ଆର୍ଥିକ ବର୍ଷରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅନୁମୋଦନ କରାଯିବ ଏବଂ ୨୦୩୨-୩୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ ଜାରି ରହିବ।

ଜାତୀୟ ସୌର ଶକ୍ତି ପ୍ରତିଷ୍ଠାନ (ଏନଆଇଏସଇ) ଦ୍ୱାରା ସମ୍ପ୍ରତି କରାଯାଇଥିବା ଏକ ମୂଲ୍ୟାୟନ ପରେ ଏହି ଅନୁମୋଦନ କରାଯାଇଛି । ଏଥିରେ ଦେଶର ଜଳଭଣ୍ଡାର ଏବଂ ଅନ୍ୟାନ୍ୟ ଉପଯୁକ୍ତ ଆଭ୍ୟନ୍ତରୀଣ ଜଳଭଣ୍ଡାରଗୁଡ଼ିକରେ ପ୍ରାୟ ୧୦୨.୧୮ ଗିଗାୱାଟ୍‌ ଭାସମାନ ସୌର କ୍ଷମତା ଆକଳନ କରିଛି ।

ଏହି ଯୋଜନା ଅଧୀନରେ ସଫଳତାପୂର୍ବକ କାର୍ଯ୍ୟକ୍ଷମ ହେବା ପରେ ଯୋଗ୍ୟ ଭାସମାନ ସୌର ଫୋଟୋଭୋଲ୍ଟାଇକ୍‌ ପ୍ରକଳ୍ପଗୁଡ଼ିକୁ ପ୍ରତି ମେଗାୱାଟ୍‌ ଏକ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା (ସିଏଫଏ) ପ୍ରଦାନ କରାଯିବ । ଏହା ଅତିରିକ୍ତ, ପ୍ରକଳ୍ପ ବିକାଶର ବିପଦକୁ କମ କରିବା ଲାଗି ଆବଶ୍ୟକ ଉପଯୋଗୀତା ଅଧ୍ୟୟନ ସାମିଲ କରାଯାଇଛି । ଏଥିରେ ବାଥିମେଟ୍ରି ଏବଂ ହାଇଡ୍ରୋଗ୍ରାଫି ଆକଳନ, ପରିବେଶ ଅଧ୍ୟୟନ ଏବଂ ଅନ୍ୟ ପ୍ରାରମ୍ଭିକ କାର୍ଯ୍ୟକଳାପ ସାମିଲ ରହିଛି । ଏସବୁ ପାଇଁ ପ୍ରତ୍ୟେକ ପ୍ରକଳ୍ପ ନିମନ୍ତେ ୫୦ ଲକ୍ଷ ଟଙ୍କାର ସିଏଫଏ ଉପଲବ୍ଧ ହେବ ।

ଏହି ଯୋଜନା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଲାଭ ଦେବ। ଏହାଦ୍ୱାରା ଦେଶରେ ଭାସମାନ ସୌର ପିଭି କ୍ଷମତା ୫ ହଜାର ମେଗାୱାଟ୍‌ ବୃଦ୍ଧି ପାଇବ, ଯାହା ବର୍ତ୍ତମାନର ପ୍ରାୟ ୭୦୦ ମେଗାୱାଟ୍‌ ସ୍ତରରୁ ଅଧିକ। ଏହି ପ୍ରକଳ୍ପଗୁଡ଼ିକ ବର୍ତ୍ତମାନର ଜଳଭଣ୍ଡାର ଏବଂ ଶିଳ୍ପ ପୁଷ୍କରିଣୀଗୁଡ଼ିକୁ ବ୍ୟବହାର କରିବାର ସୁଯୋଗ ପ୍ରଦାନ କରିବ ଏବଂ ଦୁର୍ଲଭ ଜମି ସମ୍ବଳ ପାଇଁ ପ୍ରତିଯୋଗିତାକୁ ଦୂର କରିବ। ଶକ୍ତି ସଂରକ୍ଷଣ ବ୍ୟବସ୍ଥାକୁ ଏକୀକୃତ କରିବା ଦ୍ୱାରା ଗ୍ରୀଡ୍ ନିର୍ଭରଯୋଗ୍ୟତା ସୁଦୃଢ଼ ହେବ। ଏହି ଯୋଜନା ପ୍ରତିବର୍ଷ ପ୍ରାୟ ୧୦ ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବ। ଏହା ପ୍ରକଳ୍ପ ମୂଲ୍ୟ ଶୃଙ୍ଖଳରେ ପ୍ରାୟ ୧୬ ହଜାରରୁ ୧୭ ହଜାର ପୂର୍ଣ୍ଣକାଳୀନ ସମକକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ଯୋଜନା ଫ୍ଲୋଟେସନ୍ ସିଷ୍ଟମ ଏବଂ ସମଗ୍ର ପ୍ରକଳ୍ପ ମୂଲ୍ୟ ଶୃଙ୍ଖଳର ଉପାଦାନଗୁଡ଼ିକର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବ । ଏଥିରେ ପିଭି ସେଲ୍, ମଡ୍ୟୁଲ୍, ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ ଏବଂ ଏହା ଏକ ଆତ୍ମନିର୍ଭରଶୀଳ ଭାରତର ଦୃଷ୍ଟିକୋଣକୁ ସମର୍ଥନ କରିବ ।

*****

PS