Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୬ ମାର୍ଚ୍ଚରେ “କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬ ମାର୍ଚ୍ଚ ୨୦୨୬ ରେ ସକାଳ ପ୍ରାୟ ୧୧:୧୫ ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ “କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ” ବିଷୟବସ୍ତୁ ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ।

ଏହି ବିଷୟବସ୍ତୁ ଅନ୍ତର୍ଗତ, ଆଠଟି ଭିନ୍ନ ଭିନ୍ନ ୱେବିନାର ଅଧିବେଶନ ଆୟୋଜନ କରାଯାଉଛି, ଯେଉଁଥିରେ ଚାରୋଟି ପ୍ରମୁଖ କ୍ଷେତ୍ରକୁ ସାମିଲ କରାଯାଛି: (୧) କୃଷି (୨) ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ (୩) ମତ୍ସ୍ୟପାଳନ (୪) ଗ୍ରାମୀଣ ଜୀବିକା ।

ଏହି ବଜେଟ୍ ପରବର୍ତ୍ତୀ ୱେବିନାରରେ କାଜୁ, ନଡ଼ିଆ, ଚନ୍ଦନ କାଠ, ଅଗର କାଠ, ବାଦାମ, ୱାଲନଟ୍ ଏବଂ ପାଇନ ନଟ୍ସ ଭଳି ଫସଲର କ୍ଷମତାକୁ ବିକଶିତ କରି ଉଚ୍ଚ-ମୂଲ୍ୟର କୃଷିକୁ ପ୍ରୋତ୍ସାହିତ କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ । ଏହାଛଡା କୃଷି ପାଇଁ ଏଆଇ-ଚାଳିତ ଡିଜିଟାଲ ସାର୍ବଜନୀନ ଭିତ୍ତଭୂମି – ଭାରତ ଭିସ୍ତାର ଦ୍ୱାରା ପ୍ରଦାନ କରାଯାଇଥିବା ସୁଯୋଗ ଉପରେ ମଧ୍ୟ ଆଳୋଚନା କରାଯିବ । ଅଧିବେଶନଗୁଡିକରେ ପଶୁପାଳନ ମୂଲ୍ୟ ଶୃଙ୍ଖଳାରେ ଘରୋଇ କ୍ଷେତ୍ରର ନିବେଶ ଏବଂ ଔଦ୍ୟୋଗିକତା; ମତ୍ସ୍ୟପାଳନ ପାଇଁ ଜଳଭଣ୍ଡାର ଏବଂ ଅମୃତ ସରୋବରର ସମନ୍ୱିତ ବିକାଶ; ଉପକୂଳ ମତ୍ସ୍ୟପାଳନ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଗ୍ରାମୀଣ ପରିବର୍ତ୍ତନ ପାଇଁ ସ୍ୱୟଂ ସହାୟକ ଉଦ୍ୟୋଗୀ-ବିପଣନ ସୁଯୋଗ (ସି-ମାର୍ଟସ୍‌) ମାଧ୍ୟମରେ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ନିମନ୍ତେ ବଜାର ପ୍ରବେଶ ବିସ୍ତାର କରିବା ଉପରେ ମଧ୍ୟ ଆଲୋଚନା କରାଯିବ ।

 

SR