ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧି ମାନଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ଯୋଗ ଦେଇଥିଲେ ।
ମିଜୋରାମର ଆଇଜଲ୍ର ଶ୍ରୀ ଶୁୟା ରାଲଟେ, ଯିଏ କି ୨୦୧୭ ମସିହାରୁ ଜଣେ ଜୈବିକ କୃଷକ ଭାବେ କାମ କରୁଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଅଦା, ମିଜୋ ଲଙ୍କା ଏବଂ ଅନ୍ୟ ପନିପରିବା ଉତ୍ପାଦନ ବିଷୟରେ ଅବଗତ କରାଇଥିଲେ ଏବଂ ତାଙ୍କ ଉତ୍ପାଦିତ ଦ୍ରବ୍ୟକୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଥିବା କମ୍ପାନୀ ଗୁଡ଼ିକୁ ବିକ୍ରି କରିବାରେ ସକ୍ଷମ ହୋଇଥିବା ଉଲ୍ଲେଖ କରିଥିଲେ, ଯାହା ଫଳରେ ତାଙ୍କର ଆୟ ୨୦,୦୦୦ ଟଙ୍କାରୁ ୧,୫୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି ।
ବଜାରରେ ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ରାଲଟେ କହିଛନ୍ତି ଯେ ଉତ୍ତର – ପୂର୍ବାଞ୍ଚଳରେ ମିଶନ ଜୈବିକ ମୂଲ୍ୟ ଶୃଙ୍ଖଳା ବିକାଶ ଅଧୀନରେ ଏକ ବଜାର ସୃଷ୍ଟି କରାଯାଇଛି , ଯେଉଁଠାରେ କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିନା କୌଣସି ଅସୁବିଧାରେ ବିକ୍ରି କରିପାରିବେ । ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ଯେ , ଦେଶର ଅନେକ କୃଷକ ଜୈବିକ ଚାଷ ଆଡକୁ ଅଗ୍ରସର ହେଉଛନ୍ତି ଏବଂ କୃଷକ ଶ୍ରୀ ରାଲଟେ ଉତ୍ତର – ପୂର୍ବର ଦୁର୍ଗମ ଅଞ୍ଚଳରୁ ନେତୃତ୍ୱ ନେଉଛନ୍ତି । ଜୈବିକ ଚାଷ ଉଭୟ ଜନସାଧାରଣ ଏବଂ ଦେଶର ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ବିଗତ ୯ ବର୍ଷ ମଧ୍ୟରେ ରସାୟନ ମୁକ୍ତ ଉତ୍ପାଦର ବଜାର ୭ ଗୁଣରୁ ଅଧିକ ବୃଦ୍ଧି ପାଇଛି , ଯାହା ଫଳରେ କୃଷକ ମାନଙ୍କ ଆୟ ବୃଦ୍ଧି ହେବା ସହ ଉପଭୋକ୍ତାଙ୍କ ଉନ୍ନତ ସ୍ୱାସ୍ଥ୍ୟ ମଧ୍ୟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଜୈବିକ ଚାଷ କରୁଥିବା କୃଷକ ମାନଙ୍କୁ ସେ ଧନ୍ୟବାଦ ଜଣାଇବା ସହ ସୀମାରେ ଥିବା ଚାଷୀଙ୍କୁ ଏଥିରେ ସାମିଲ୍ ହେବାକୁ ଅନୁରୋଧ କରିଥିଲେ ।
***
SSP
पिछले 9 सालों में केंद्र सरकार की जनकल्याणकारी योजनाओं से करोड़ों लोगों का जीवन आसान हुआ है। विकसित भारत संकल्प यात्रा के माध्यम से लाभार्थियों से संवाद कर अत्यंत प्रसन्नता हो रही है। https://t.co/61sFlVoRaW
— Narendra Modi (@narendramodi) January 8, 2024
समाज में अंतिम पायदान पर खड़े व्यक्ति तक सरकार खुद पहुंच रही है, उसे अपनी योजनाओं से जोड़ रही है: PM @narendramodi pic.twitter.com/NWc2Pgskbv
— PMO India (@PMOIndia) January 8, 2024
विकसित भारत संकल्प यात्रा को लेकर गांव हो या शहर, हर जगह उत्साह देखा जा रहा है। pic.twitter.com/WsXE8RoyMT
— PMO India (@PMOIndia) January 8, 2024
विकसित भारत संकल्प यात्रा का सबसे बड़ा मकसद है- कोई भी हकदार, सरकारी योजना के लाभ से छूटे नहीं: PM @narendramodi pic.twitter.com/0CIc3sSjfI
— PMO India (@PMOIndia) January 8, 2024