ପିଏମଇଣ୍ଡିଆ
ଲାଲ୍କିଲ୍ଲା ଉପରୁ ନିଜର ୮୦ତମ ସ୍ବାଧୀନତା ଦିବସ ଅଭିଭାଷଣରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଏକ ଦୃଢ଼ ଆହ୍ବାନ ଦେଇଛନ୍ତି। ଦେଶର କାର୍ଯ୍ୟସଂସ୍କୃତି, ଚିନ୍ତାଧାରା ଏବଂ ଲକ୍ଷ୍ୟର ପରିସରରେ ପରିବର୍ତ୍ତନ ଆଣିବାକୁ ଆହ୍ବାନ ଦେଇ ପ୍ରଧାନମନ୍ତ୍ରୀ ନାଗରିକ, ସରକାର, ଉଦ୍ୟୋଗ ଜଗତ, କୃଷକ, ଯୁବବର୍ଗ ଏବଂ ସମାଜର ଅନ୍ୟାନ୍ୟ ବର୍ଗର ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୁଖ୍ୟାଂଶ ମଧ୍ୟରେ ରହିଛି :
୧. ପରବର୍ତ୍ତୀ ସ୍ତରର ସଂସ୍କାର : ପ୍ରଧାନମନ୍ତ୍ରୀ ସଂସ୍କାରର ଗତିକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ, ଭାରତ ପାଇଁ ସଂସ୍କାର କୌଣସି ବାଧ୍ୟବାଧକତା କିମ୍ବା ଚର୍ଚ୍ଚିତ ଶବ୍ଦ ନୁହେଁ, ବରଂ ଏକ ଦୃଢ଼ ବିଶ୍ୱାସର ପ୍ରସଙ୍ଗ। ସରକାର, ସମାଜ, ଉଦ୍ୟୋଗ, ଉତ୍ପାଦକ ଏବଂ କୃଷକ ସମସ୍ତଙ୍କୁ ପାରମ୍ପରିକ ବ୍ୟବସ୍ଥା, ଚିନ୍ତାଧାରା ଏବଂ ଲକ୍ଷ୍ୟରେ ସଂସ୍କାର ଆଣିବାକୁ ପଡିବ। ପ୍ରଧାନମନ୍ତ୍ରୀ କେନ୍ଦ୍ର, ରାଜ୍ୟ ଏବଂ ଶିଳ୍ପକୁ ଏକାଠି ଆଗକୁ ବଢ଼ିବା ଏବଂ ୨୦୪୭ ର ଆକାଂକ୍ଷା ଅନୁଯାୟୀ ବ୍ୟବସ୍ଥା, ନୀତି ଏବଂ ନିୟମ ଗଠନ କରି ନିରନ୍ତର ସଂସ୍କାରକୁ ଆଗକୁ ନେବାକୁ ଆହ୍ୱାନ କରିଥିଲେ।
୨. ବିକଶିତ ଭାରତ ପାଇଁ ‘ସପ୍ତ ଧାରା’ : ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଭାରତକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ଏବଂ ଆଗାମୀ ପାଞ୍ଚ ରୁ ସାତ ବର୍ଷ ମଧ୍ୟରେ ଦେଶକୁ ନୂତନ ଗତି ଦେବା ପାଇଁ ଶକ୍ତିର ସାତ ଧାରା, ” ସପ୍ତ ଧାରା ” ପାଇଁ ଆହ୍ୱାନ ଦେଇଥିଲେ। ଏହି ସାତ ଧାରା ହେଉଛି :
୩. ଭାରତର ମହତ୍ତ୍ୱାକାଂକ୍ଷାର ପରିମାଣ ବୃଦ୍ଧି କରନ୍ତୁ : ଦେଶ ଉଚ୍ଚ ଚିନ୍ତାଧାରା ରଖିବାକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ, ଆଗାମୀ ଦଶନ୍ଧିରେ ଫର୍ଚ୍ୟୁନ୍ ୫୦୦ ମଧ୍ୟରେ ଭାରତର ୫୦ଟି କମ୍ପାନୀ କାହିଁକି ରହିବା ଉଚିତ୍ ନୁହେଁ। ଏକ ଭାରତୀୟ ବ୍ୟାଙ୍କ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ବ୍ୟାଙ୍କ ମଧ୍ୟରେ ରହିବା ଉଚିତ ଏବଂ ଗୋଟିଏ କିମ୍ବା ଦୁଇଟି ଭାରତୀୟ ଔଷଧ କମ୍ପାନୀ ବିଶ୍ୱର ପାଞ୍ଚଟି ବୃହତ୍ ଫାର୍ମା କମ୍ପାନୀ ମଧ୍ୟରେ ସ୍ଥାନ ପାଇବା ଉଚିତ। ସେ ବିଶ୍ୱର ପ୍ରମୁଖ ଫାର୍ମଗୁଡ଼ିକ ମଧ୍ୟରେ ଭାରତୀୟ ଆଇନ ଫାର୍ମ, ରେଟିଂ ଏଜେନ୍ସି, ପରାମର୍ଶଦାତା ଫାର୍ମ ଏବଂ ଆକାଉଣ୍ଟିଂ ଫାର୍ମଗୁଡ଼ିକୁ ସ୍ଥାନ ପାଇବା, ଭାରତୀୟ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକୁ ବିଶ୍ୱ ନେତା ହେବା ଏବଂ ଭାରତୀୟ ବ୍ରାଣ୍ଡଗୁଡ଼ିକୁ ବିଶ୍ୱକୁ ଆକର୍ଷିତ କରୁଥିବା ଦେଶର ପରିଚୟ ହେବା ପାଇଁ ଆହ୍ୱାନ କରିଥିଲେ।
୪. ଭାରତୀୟ ଗୁଣବତ୍ତାର ଏକ ବିଶ୍ୱସ୍ତରୀୟ ପରିଚୟ ତିଆରି କରନ୍ତୁ : ପ୍ରଧାନମନ୍ତ୍ରୀ ନିର୍ମାତା, ଉଦ୍ୟୋଗୀ ଏବଂ ଏମଏସଏମଇଗୁଡିଙ୍କୁ ବିଶ୍ୱ ବଜାରରେ ଭାରତୀୟ ଉତ୍ପାଦଗୁଡ଼ିକର ବିଶ୍ୱସନୀୟତା ଏବଂ ଗୁଣବତ୍ତାକୁ ନେଇ ଏକ ପରିଚୟ ପ୍ରତିଷ୍ଠା କରିବା ପାଇଁ ଦୃଢ଼ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ଭାରତକୁ ମୂଲ୍ୟ, ଗୁଣବତ୍ତା ଏବଂ ପରିମାଣରେ ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରିବାକୁ ପଡିବ। ବିଶ୍ୱ ବଜାରରେ ସଫଳତାର ସହିତ ପ୍ରତିଯୋଗିତା କରିପାରିବା ଭଳି ଉତ୍ପାଦ ପ୍ରସ୍ତୁତ କରିବାକୁ ପଡିବ। ସେ ଏମଏସଏମଇଗୁଡ଼ିକୁ ଭାରତର ବାଣିଜ୍ୟ ଚୁକ୍ତି ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗଗୁଡ଼ିକୁ ହାତଛଡ଼ା ନକରିବାକୁ ଏବଂ ଗୁଣବତ୍ତା ଏବଂ ପ୍ରତିଯୋଗିତାମୂଳକ ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରିବା ସହିତ ଭାରତୀୟ ଉତ୍ପାଦଗୁଡ଼ିକୁ ବିଶ୍ୱ ବଜାରକୁ ନେବାକୁ ଆହ୍ୱାନ କରିଥିଲେ।
୫. କାର୍ଯ୍ୟ ସଂସ୍କୃତି ପରିବର୍ତ୍ତନ କରନ୍ତୁ ଏବଂ ଭାରତର ଲକ୍ଷ୍ୟର ପରିମାଣ ସହିତ ସମନ୍ଵୟ ରକ୍ଷା କରନ୍ତୁ : ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଶତାବ୍ଦୀର ପରବର୍ତ୍ତୀ ଏକ ଚତୁର୍ଥାଂଶ ସମୟ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶ ଏହାର ଗତିକୁ ଅଟକାଇ ପାରିବ ନାହିଁ କିମ୍ବା ହ୍ରାସ କରିବାକୁ ଦେଇପାରିବ ନାହିଁ। ସେ ଦେଶର କାର୍ଯ୍ୟ ସଂସ୍କୃତି, ଚିନ୍ତାଧାରା ଏବଂ କାର୍ଯ୍ୟର ଗତିକୁ ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଥିଲେ। ପୂର୍ବ ପାଞ୍ଚ ରୁ ସାତ ଦଶନ୍ଧିରେ ଯେଉଁ କାର୍ଯ୍ୟଗୁଡ଼ିକ ସମ୍ପାଦିତ ହୋଇନଥିଲା, ତାହା ଆଗାମୀ ପାଞ୍ଚ ରୁ ସାତ ବର୍ଷ ମଧ୍ୟରେ ସମ୍ପୂର୍ଣ କରିବାକୁ ପଡିବ ବୋଲି କହିଥିଲେ ।
୬. ନଶା ମୁକ୍ତ ଭାରତ ଅଭିଯାନରେ ପ୍ରତ୍ୟେକ ପରିବାର ସାମିଲ ହେବା ଉଚିତ : ନିଶା ସେବନକୁ ଭାରତର ଯୁବପିଢ଼ି ସାମ୍ନାରେ ଏକ ପ୍ରମୁଖ ଆହ୍ୱାନ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିଶାମୁକ୍ତ ଭାରତ ଏକ ସାମୂହିକ ଦାୟିତ୍ୱ ହେବା ଉଚିତ। ମାଇଁ ଭାରତ ସ୍ୱେଚ୍ଛାସେବକ, ଏନଜିଓ, ସାମାଜିକ – ସାଂସ୍କୃତିକ ସଂଗଠନ ଏବଂ ଆଧ୍ୟାତ୍ମିକ ନେତାମାନଙ୍କୁ ନେଇ ୧୦୦ ସପ୍ତାହ ଧରି ଚାଲିଥିବା ନିଶା ମୁକ୍ତ ଭାରତ ଅଭିଯାନ ବିଷୟରେ ସେ ଉଲ୍ଲେଖ କରିଥିଲେ। ସେ ପ୍ରତ୍ୟେକ ପରିବାରକୁ ଏହି ଅଭିଯାନର ଅଂଶ ହେବାକୁ ଏବଂ ନିଶା ମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବାରେ ଯୋଗଦାନ ଦେବାକୁ ଆହ୍ୱାନ କରିଥିଲେ।
୭. ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରନ୍ତୁ : ପ୍ରଧାନମନ୍ତ୍ରୀ ମହିଳା ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ଏକାଠି ହେବାକୁ ସିଧାସଳଖ ନିବେଦନ କରିଥିଲେ। ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଷୟରେ ସେ ଉଲ୍ଲେଖ କରିଥିଲେ। ସେ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଥିଲେ ଯେ ମହିଳାମାନେ ଯେପରି ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ପ୍ରତିନିଧିତ୍ୱ ସୁରକ୍ଷିତ କରିପାରିବେ ଏବଂ ଭାରତର ନୀତି ଗଠନରେ ଯୋଗଦାନ ଦେଇପାରିବେ ତାହା ସେମାନେ ଯଥାଶୀଘ୍ର ନିଶ୍ଚିତ କରିବା ଆବଶ୍ୟକ।
୮. ଜନଗଣନାରେ ଯୁବପିଢ଼ିଙ୍କ ଅଂଶଗ୍ରହଣକୁ ଆଗେଇ ନେବା : ନୀତି, ଯୋଜନା ଏବଂ ଦେଶର ଭବିଷ୍ୟତ ଯୋଜନା ପାଇଁ ସଠିକ୍ ସୂଚନା ଜରୁରୀ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କୁ ଚଳିତ ଜନଗଣନାରେ ସେମାନଙ୍କ ପରିବାରକୁ ସଠିକ୍ ଭାବରେ ଅଂଶଗ୍ରହଣ କରିବାରେ ସାହାଯ୍ୟ କରିବାକୁ ଆହ୍ୱାନ କରିଥିଲେ। ସେ ଯୁବପିଢ଼ିଙ୍କୁ ସେମାନଙ୍କ ପରିବାର ସହିତ ବସି ଫର୍ମ ସମ୍ପର୍କରେ ବୁଝିବାକୁ, ସେଥିରେ ଉଲ୍ଲେଖ କରାଯାଇଥିବା ସୂଚନା ସଠିକ୍ ଅଛି କି ନାହିଁ ତାହା ନିଶ୍ଚିତ କରିବାକୁ ଏବଂ ଜନଗଣନା କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଥିଲେ।
୯. ଦେଶ ନିଜଠାରୁ ଊର୍ଦ୍ଧ୍ୱରେ ; କର୍ତ୍ତବ୍ୟ ହେଉଛି ପରିଚୟ : ପଞ୍ଚ ପ୍ରାଣକୁ ମନେ ପକାଇ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଦାସତ୍ୱର ମାନସିକତାକୁ ଦୂର କରିବାକୁ ଆହ୍ୱାନ କରିଥିଲେ। ରାଷ୍ଟ୍ରର ସ୍ୱାର୍ଥ ନିଜଠାରୁ ଊର୍ଦ୍ଧ୍ୱରେ ରହିବା ଉଚିତ ଏବଂ କର୍ତ୍ତବ୍ୟ ଆମର ପରିଚୟ ହେବା ଉଚିତ୍ ସଂକଳ୍ପକୁ ସେ ଦୋହରାଇଥିଲେ।
୧୦. ସ୍ୱପ୍ନକୁ ସଂକଳ୍ପରେ ଏବଂ ସଂକଳ୍ପକୁ ସଫଳତାରେ ପରିଣତ କରନ୍ତୁ : ବିକଶିତ ଭାରତ ପାଇଁ ସାମୂହିକ ଜାତୀୟ ପ୍ରୟାସର ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଭାରତର ସମୟ, ସୁଯୋଗ ଏବଂ ସଂକଳ୍ପ। ସେ ନାଗରିକମାନଙ୍କ ସ୍ୱପ୍ନକୁ ସଂକଳ୍ପରେ, ସଂକଳ୍ପକୁ ଶକ୍ତିରେ ଏବଂ ଶକ୍ତିକୁ ସଫଳତାରେ ପରିଣତ କରିବାକୁ, ପ୍ରତ୍ୟେକ ପଦକ୍ଷେପକୁ ବିକାଶ ଦିଗରେ ଏକ ପଦକ୍ଷେପ କରିବାକୁ, ଏକାଠି ଆଗକୁ ବଢ଼ିବା ଏବଂ ସାମୂହିକ ଭାବରେ ଏକ ବିକଶିତ ଭାରତ ନିର୍ମାଣ କରିବାକୁ ଆହ୍ୱାନ କରିଥିଲେ।
***
SSP
Watch LIVE. https://t.co/TmFSTCdlYC
— PMO India (@PMOIndia) August 15, 2026
Today is a day to move forward with our dreams, resolve and strength. pic.twitter.com/kTXLdvTTJu
— PMO India (@PMOIndia) August 15, 2026
India has set a big goal... To become a developed nation by 2047. pic.twitter.com/FOQIgsK3lF
— PMO India (@PMOIndia) August 15, 2026
We must believe in ourselves and take pride in building an Aatmanirbhar Bharat. pic.twitter.com/cxR8T42Mke
— PMO India (@PMOIndia) August 15, 2026
Sectors that were once seen as 'No-Go Areas' are now 'Go-Ahead Areas.' pic.twitter.com/k94STQjwdQ
— PMO India (@PMOIndia) August 15, 2026
Every Indian is embracing the spirit of Make in India and Vocal for Local. pic.twitter.com/R84aDMZjt0
— PMO India (@PMOIndia) August 15, 2026
India has a stable political mandate, a stable government, a vibrant democracy, a strong judicial system and a Constitution that guides us all. pic.twitter.com/JYbThDEhet
— PMO India (@PMOIndia) August 15, 2026
We need to focus on three things... Cost, quality and scale. pic.twitter.com/0wZusWMS51
— PMO India (@PMOIndia) August 15, 2026
Our factories must be competitive, our products user-friendly and our packaging must be the best. pic.twitter.com/42QzQ6UrRd
— PMO India (@PMOIndia) August 15, 2026
Places once affected by Naxal violence are witnessing peace, development and new hope. pic.twitter.com/QTRhWI1dpx
— PMO India (@PMOIndia) August 15, 2026
These Saptadharas will drive India forward and take the nation to new heights. pic.twitter.com/hHukVE7FrW
— PMO India (@PMOIndia) August 15, 2026