Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

• ‘ଆଇକ୍ରିଏଟ୍’ ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

•	‘ଆଇକ୍ରିଏଟ୍’ ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

•	‘ଆଇକ୍ରିଏଟ୍’ ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

•	‘ଆଇକ୍ରିଏଟ୍’ ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଜି ଅହମ୍ମଦାବାଦ ଉପକଣ୍ଠ ଅଚଂଳରେ ‘ଆଇକ୍ରିଏଟ’ ସୁବିଧା ରାଷ୍ଟ୍ରକୁ ସମର୍ପିତ କରିଛନ୍ତି । ଆଇକ୍ରିଏଟ୍ ଏକ ସ୍ୱତନ୍ତ୍ର କେନ୍ଦ୍ର, ଯାହାର ଉଦ୍ଦେଶ୍ୟ – ଖାଦ୍ୟ ସୁରକ୍ଷା, ଜଳ, ଯୋଗାଯୋଗ, ସାଇବର ସୁରକ୍ଷା, ଆଇଟି ଓ ଇଲେକ୍ଟ୍ରୋନିକ୍ସ, ଶକ୍ତି, ବାୟୋ-ମେଡିକାଲ ଉପକରଣ ଓ  ଯନ୍ତ୍ରାଂଶ ଆଦି ଭଳି ପ୍ରମୁଖ ପ୍ରସଙ୍ଗରେ କାର୍ଯ୍ୟ ନିମନ୍ତେ ସୃଜନଶୀଳତା, ନବସୃଜନ, ଇଞ୍ଜିନିୟରିଂ, ଉତ୍ପାଦ ଡିଜାଇନ୍ ଓ ବିକାଶଶୀଳ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା । ଗୁଣାତ୍ମକ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଭାରତରେ ଏକ ଉନ୍ନତ ବାତାବରଣ ବିକଶିତ କରିବା ହେଉଛି ଆଇକ୍ରିଏଟର  ପ୍ରମୁଖ ଉଦ୍ଦେଶ୍ୟ ।

ଦୁଇ ନେତା ବିଭିନ୍ନ ଷ୍ଟଲ୍ କୁ ଯାଇ ବିବିଧ କ୍ଷେତ୍ରରେ ପ୍ରମୁଖ ପ୍ରଯୁକ୍ତବିଦ୍ୟା ଓ ନବସୃଜନ କ୍ଷେତ୍ରକୁ ଦେଖିଥିଲେ ।

ସେଠାରେ ଉପସ୍ଥିତି ଜନସମୂହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଓ ଇସ୍ରାଏଲର ଲୋକଙ୍କୁ ପରସ୍ପରର ନିକଟତର କରାଇବାରେ ନବସୃଜନର ପ୍ରମୁଖ ଭୂମିକା ରହିଛି । ସମଗ୍ର ବିଶ୍ୱରେ ଇସ୍ରାଏଲର ପ୍ରଯୁକ୍ତି କୌଶଳ ଓ ସୃଜନଶୀଳତାର ଖାସ୍ ପ୍ରସିଦ୍ଧି ରହିଛି ।

ସେ କହିଛନ୍ତି ଯେ ଭାରତର ଯୁବବର୍ଗଙ୍କ ମଧ୍ୟରେ ଜୋସ୍ ଓ ଉତ୍ସାହ ରହିଛି । ଯୁବବର୍ଗଙ୍କୁ କେବଳ ସାମାନ୍ୟ ପ୍ରୋତ୍ସାହନ ଓ ସଂସ୍ଥାଗତ ସହାୟତା ଦେବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ସମଗ୍ର ବ୍ୟବସ୍ଥାକୁ ନବସୃଜନ ଅନୁକୂଳ କରାଇବା ନିମନ୍ତେ କାର୍ଯ୍ୟ କରୁଛନ୍ତି । ଏହା ମାଧ୍ୟମରେ ନୂଆ ଚିନ୍ତାଧାରା ସୃଷ୍ଟି ହୋଇପାରିବ । ଚିନ୍ତାଧାରାରୁ ନବସୃଜନ ଆସିବ,ଆଉ ନବ୍ୟ ଭାରତ ନିର୍ମାଣରେ ନବସୃଜନ ସହାୟତା ମିଳିବ ।

ସେ କହିଛନ୍ତି ଯେ ଏହି ସଫଳତାର ପ୍ରଥମ ପ୍ରାକ୍ ସର୍ତ୍ତ ହେଉଛି ସାହାସ । ସେ ଆଇକ୍ରିଏଟ’ର ନବସୃଜନ କାର୍ଯ୍ୟରେ ନିୟୋଜିତ ସାହାସୀ ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଇଥିଲେ ।

କାଳିଦାସଙ୍କ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଲୋକାଚାର ଓ ନବସୃଜନ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ଦେଶ ସମ୍ମୁଖରେ ଉଭା ହେଉଥିବା ଚାଲେଞ୍ଜର ମୁକାବିଲା ପାଇଁ ନବସୃଜନ କରିବା ଓ କମ୍ ଖର୍ଚ୍ଚରେ ସାଧାରଣ ଲୋକଙ୍କ ଜୀବନରେ ସୁଧାର କରିବା ପାଇଁ ପ୍ରଯୁକ୍ତି ଉଦ୍ଭାବନ ଲାଗି ପ୍ରଧାନମନ୍ତ୍ରୀ  ଭାରତର ଯୁବବର୍ଗଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଭାରତ ଓ ଇସ୍ରାଏଲ ମଧ୍ୟରେ ଖାଦ୍ୟ, ଜଳ, ସ୍ୱାସ୍ଥ୍ୟ ଓ ଶକ୍ତି କ୍ଷେତ୍ରରେ ନବସୃଜନ ଦିଗରେ ସହଯୋଗ ଉପରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ମାନବତା ଇତିହାସରେ ଉଭୟ ଦେଶ ମଧ୍ୟରେ ସହଯୋଗର ଏକ ନୂଆ ଅଧ୍ୟାୟ ଲେଖାଯିବ ।

 

**********