ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟ ଗସ୍ତରେ ଯାଇଥିଲେ ।
ଆଜି ପ୍ରାତଃକାଳରେ ସେ ଗାନ୍ଧୀନଗର ପହଞ୍ଚି ସେଠାରେ ମାତା ହୀରା ବା ଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପୂର୍ବ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ପ୍ରମୁଖ ଅନେକ ତୁଙ୍ଗ ନେତା ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ ଯୋଗେ ଶୁଭେଚ୍ଛା ଜଣାଇଥିଲେ ।
ଗାନ୍ଧିନଗର ଗସ୍ତରେ ଥିବା ଭାରତର ପ୍ରଧାନ ବିଚାରପତି ଶ୍ରୀ ଟି.ଏସ ଠାକୁର ମଧ୍ୟ ସେଠାକାର ରାଜଭବନଠାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କୁ ସମାଜର ବିଭିନ୍ନ ବର୍ଗର ଲୋକମାନେ ସାମାଜିକ ଗଣମାଧ୍ୟମ ଏବଂ ନରେନ୍ଦ୍ର ମୋଦୀ ଆପ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ ।
ଏହି ଅବସରରେ ଆଦିବାସୀ କଲ୍ୟାଣ ପାଇଁ ବିଭିନ୍ନ ଯୋଜନାକୁ ଉନ୍ମୋଚନ କରିବା ପରେ ପ୍ରଧାନମନ୍ତ୍ରୀ ଦାହୋଡ ଜିଲାର ଲିମଖେଡାଠାରେ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗୁଜୁରାଟ ରାଜ୍ୟ ପାଇଁ ଜଳ ଯୋଗାଣ ଏକ ପ୍ରମୁଖ ଆହ୍ୱାନ ଥିଲା ଯାହାକୁ ସଫଳତାର ସହିତ ମୁକାବିଲା କରାଯାଇପାରିଛି ।
ତାଙ୍କ ସରକାର ଗରିବ ଏବଂ ଅନଗ୍ରସର ଲୋକମାନଙ୍କ ସରକାର ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ସବକା ସାଥ’ ସମସ୍ତଙ୍କ ସହିତ, ‘ସବକା ବିକାଶ’ ସମସ୍ତଙ୍କ ବିକାଶ ମନ୍ତ୍ର ଏବେ ସବୁ ସ୍ଥାନରେ ପ୍ରତିଧ୍ୱନିତ ହେଉଛି ।
ନଭସାରୀଠାରେ ଦିବ୍ୟାଙ୍ଗମାନଙ୍କୁ ସହାୟତା ଉପକରଣ ଏବଂ ଯନ୍ତ୍ରାଂଶ ଆବଣ୍ଟନ ପାଇଁ ଆୟୋଜିତ ସମାରୋହରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ ।
ଆଜି ଆୟୋଜିତ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନଭସାରୀକୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ନଭସାରୀରେ ଏହା ପୂର୍ବରୁ ପାଠ ପଢାକୁ ନେଇ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଥିଲା ବେଳେ ଆଜି ଦିବ୍ୟାଙ୍ଗମାନଙ୍କ ପ୍ରତି ଦେଖାଇଥିବା ସ୍ନେହ, ମମତା ଓ ଯତ୍ନ ଆଉ ଏକ ରେକର୍ଡର ସୁନ୍ଦର ଅନୁଭୂତି ପ୍ରଦାନ କରିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଚଲତା ହେ’ ଭଳି ବ୍ୟାକ୍ୟାଂଶ ଏବେ ଇତିହାସ ହୋଇଯାଇଛି । ବିଶ୍ୱକୁ ଭାରତଠାରୁ ଅନେକ ଆଶା ରହିଛି ଏବଂ ଆମେ ଏହି ସୁଯୋଗକୁ ହାତଛଡା କରିବୁ ନାହିଁ । ସେ କହିଥିଲେ ଯେ ସୁଗମ୍ୟ ଭାରତ ଅଭିଯାନ କ୍ଷେତ୍ରରେ ପୂର୍ବରୁ ଗୁରୁତ୍ୱ ଦିଆଯାଉନଥିବା ସ୍ଥାନରେ ଏବେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ।
**********
मां की ममता, मां का आशीर्वाद जीवन जीने की जड़ी-बूटी होता है। pic.twitter.com/JeEnDrVevU
— Narendra Modi (@narendramodi) September 17, 2016
Met CJI Shri Thakur. I thank him for his kind wishes. pic.twitter.com/1ElNIgoP1m
— Narendra Modi (@narendramodi) September 17, 2016