ପିଏମଇଣ୍ଡିଆ
ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦେଶର 10ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍ଆଇ ସ୍କିମ୍) କାର୍ଯ୍ୟକାରୀ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହାଦ୍ୱାରା ଭାରତର ଉତ୍ପାଦନ ଦକ୍ଷତା ଓ ରପ୍ତାନୀ କାରବାର ବୃଦ୍ଧି ପାଇବ । ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହି ସ୍କିମ୍ କାର୍ଯ୍ୟକାରୀ ହେବ ସେଗୁଡିକ ହେଲା- ଆଡଭାନ୍ସ କେମିଷ୍ଟ୍ରି ସେଲ୍ (ଏସିସି) ବ୍ୟାଟେରୀ, ଇଲେକ୍ଟ୍ରୋନିକ୍/ଟେକ୍ନୋଲଜି ଉତ୍ପାଦ, ଅଟୋମୋବାଇଲ ଓ ଅଟୋ ଯନ୍ତ୍ରାଂଶ, ଔଷଧପତ୍ର, ଟେଲିକମ ଓ ଟେଲିଯୋଗାଯୋଗ ଉତ୍ପାଦ, ଏମଏମ୍ଏଫ୍ ବର୍ଗର ବୟନ ସାମଗ୍ରୀ ଏବଂ ଟେକ୍ନିକାଲ ଟେକ୍ସଟାଇଲ, ଖାଦ୍ୟପଦାର୍ଥ, ଅତିଦକ୍ଷ ସୌର ପିଭି ମଡ୍ୟୁଲ୍ସ, ଏୟାର କଣ୍ଡିସନ୍ସ ଏବଂ ଏଲ୍ଇଡି ଭଳି ହ୍ୱାଇଟ ଗୁଡ୍ସ ଓ ସ୍ୱତନ୍ତ୍ର ଧରଣର ଇସ୍ପାତ । ଏଥିରେ କେବଳ ଏସିସି ବ୍ୟାଟେରୀ କ୍ଷେତ୍ରରେ ଏହି ଯୋଜନାକୁ ନୀତି ଆୟୋଗ ଏବଂ ଭାରୀ ଶିଳ୍ପ ଉଦ୍ୟୋଗ ବିଭାଗ କାର୍ଯ୍ୟକାରୀ କରିବେ । ଅନ୍ୟ 9ଟି କ୍ଷେତ୍ରରେ ସଂପୃକ୍ତ ମନ୍ତ୍ରଣାଳୟ ବା ବିଭାଗ ଦ୍ୱାରା ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ମୋଟ 145980 କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ ଅନୁମୋଦନ ଲାଭ କରିଛି । ପାଞ୍ଚବର୍ଷ ମଧ୍ୟରେ ଏହିସବୁ ଉଦ୍ୟୋଗରେ ସଂପୃକ୍ତ ଅର୍ଥ ଖର୍ଚ୍ଚ କରାଯିବ । ସାମଗ୍ରୀ ଓ ବିଭାଗୱାରୀ ବ୍ୟୟ ବରାଦ ଏଥିସହିତ ପ୍ରଦତ୍ତ ଟେବୁଲରେ ପ୍ରଦାନ କରାଯାଇଛି ।
|
1. |
Advance Chemistry Cell (ACC) Battery |
NITI Aayog and Department of Heavy Industries |
18100 |
|
2. |
Electronic/Technology Products |
Ministry of Electronics and Information Technology |
5000 |
|
3. |
Automobiles |
Department of Heavy Industries |
57042 |
|
4. |
Pharmaceuticals drugs |
Department of Pharmaceuticals |
15000 |
|
5. |
Telecom & Networking Products |
Department of Telecom |
12195 |
|
6. |
Textile Products: MMF segment and technical textiles |
Ministry of Textiles |
10683 |
|
7. |
Food Products |
Ministry of Food Processing Industries |
10900 |
|
8. |
High Efficiency Solar PV Modules |
Ministry of New and Renewable Energy |
4500 |
|
9. |
White Goods (ACs & LED) |
Department for Promotion of Industry and Internal Trade |
6238 |
|
10. |
Speciality Steel |
Ministry of Steel |
6322 |
|
Total |
145980 |
Priority | Sectors | Implementing Ministry/Department | Approved financial outlay over a five-year period Rs.crore |
|---|---|---|---|
ଏହି ସ୍କିମ୍ର କାର୍ଯ୍ୟକାରିତା ନିର୍ଦ୍ଧାରିତ ଅର୍ଥ ସୀମା ଅନୁସାରେ ସଂପୃକ୍ତ ବିଭାଗ ଓ ମନ୍ତ୍ରଣାଳୟ କରିବେ । ପିଏଲ୍ଆଇର ଚୂଡାନ୍ତ ପ୍ରସ୍ତାବ ପ୍ରତ୍ୟେକ କ୍ଷେତ୍ର ବିଶେଷରେ ବ୍ୟୟ ସଂକ୍ରାନ୍ତ ବିତ୍ତ କମିଟି (ଇଏଫ୍ସି) ଦ୍ୱାରା ଅନୁଧ୍ୟାନ ପରେ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହେବ । କୌଣସି ଏକ କ୍ଷେତ୍ର ପାଇଁ ଅନୁମୋଦନ ଲାଭ କରିଥିବା ବ୍ୟୟ ପ୍ରସ୍ତାବ ଯଦି ବଳି ପଡେ, ଆବ୍ୟଶକସ୍ଥଳେ ସେହି ଅର୍ଥକୁ ଅନୁରୂପ ଅନୁମୋଦିତ କ୍ଷେତ୍ରରେ ବ୍ୟୟ କରାଯାଇପାରିବ । ଏଥିପାଇଁ କ୍ଷମତାପ୍ରାପ୍ତ ସଚିବ ଗୋଷ୍ଠୀଙ୍କ ଅନୁମୋଦନ କ୍ରମେ ଏହା କରାଯିବ । ଏହି 10ଟି କ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ନୂଆ କ୍ଷେତ୍ରରେ ଯଦି ପିଏଲ୍ଆଇ ସ୍କିମର ଆବଶ୍ୟକତା ଅନୁଭୂତ ହୁଏ ସେଥିପାଇଁ କ୍ୟାବିନେଟର ସାନି ଅନୁମୋଦନ ଆବଶ୍ୟକ ।
ଉପରୋକ୍ତ 10ଟି କ୍ଷେତ୍ରରେ ପିଏଲ୍ଆଇ ସ୍କିମ କାର୍ଯ୍ୟକାରୀ ହେଲେ ଭାରତ ତିଆରି ସାମଗ୍ରୀ ଓ ଏହାର ଉତ୍ପାଦକମାନେ ବିଶ୍ୱ ବଜାରରେ ପ୍ରତିଯୋଗିତା କରିବାକୁ ସକ୍ଷମ ହେବେ । ଏହାଦ୍ୱାରା ଦକ୍ଷତା ବୃଦ୍ଧି, ନୂଆ ଟେକ୍ନୋଲଜିର ଉପଯୋଗ ପାଇଁ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବ । ପିଏଲ୍ଆଇ ମଧ୍ୟ ସଂପୃକ୍ତ ଉଦ୍ୟୋଗର ଦକ୍ଷତା ବୃଦ୍ଧିକରି ଅଧିକ ଉନ୍ନତମାନର ସାମଗ୍ରୀ ରପ୍ତାନୀରେ ସହାୟକ ହେବ । ଏହାଦ୍ୱାରା ରପ୍ତାନୀ ବଢିବା ସହିତ ବିଶ୍ୱ ଯୋଗାଣ ବ୍ୟବସ୍ଥାରେ ଭାରତ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିବ ।
ଏଠାରେ ସୂଚନାଯୋଗ୍ୟ ଯେ ଆଜି କ୍ୟାବିନେଟର ଅନୁମୋଦନ ଲାଭ କରିଥିବା ଉପର ବର୍ଣ୍ଣିତ କ୍ଷେତ୍ର ବ୍ୟତୀତ ସରକାର ଏହା ପୂର୍ବରୁ ଅନ୍ୟ 3ଟି କ୍ଷେତ୍ର ପାଇଁ ପିଏଲ୍ଆଇ ସ୍କିମ୍କୁ ଅନୁମୋଦନ କରିଛନ୍ତି । ସେଗୁଡିକ ହେଲା (1) ମୋବାଇଲ ନିର୍ମାଣ ଏବଂ ନିର୍ଦ୍ଦିଷ୍ଟ କେତେକ ଇଲେକ୍ଟ୍ରୋନିକ ଉପକରଣ ଉତ୍ପାଦନ, (2) ଅତି ଗୁରୁତ୍ୱପୂର୍ଣ୍ଣ ଔଷଧ ପ୍ରସ୍ତୁତି ସାମଗ୍ରୀ ଏବଂ ଉପାଦାନ କ୍ଷେତ୍ର (3) ମେଡିକାଲ ଉପକରଣ ନିର୍ମାଣ । ଏହି 3ଟି କ୍ଷେତ୍ର ପାଇଁ 5 ବର୍ଷ ନିମନ୍ତେ ମୋଟ 51311 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସଂପୃକ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ । ଏ ସଂପର୍କୀୟ ପୂର୍ଣ୍ଣାଙ୍ଗ ତଥ୍ୟ ସଂଲଗ୍ନ ଟେବୁଲରେ ପ୍ରଦାନ କରାଯାଇଛି ।
|
No. |
Sectors |
Implementing Ministry/Department |
Financial outlays Rs. crore |
|
1. |
Mobile Manufacturing and Specified Electronic Components |
MEITY |
40951 |
|
2. |
Critical Key Starting materials/Drug Intermediaries and Active Pharmaceutical Ingredients |
Department of Pharmaceuticals |
6940 |
|
3. |
Manufacturing of Medical Devices. |
3420 |
|
|
Total |
51311 |
||
ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ନିର୍ମାଣର ମୂଳ ଲକ୍ଷ୍ୟ ହେଲା ଏକ ଦକ୍ଷ, ସମ ତଥା ସ୍ଥିତିସ୍ଥାପକ ଉତ୍ପାଦନ ଉଦ୍ୟୋଗ ସୃଷ୍ଟି କରିବା ଏବଂ ସେଥିପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ସଂପୃକ୍ତ କ୍ଷେତ୍ରକୁ ଯୋଗାଇଦେବା । ଉତ୍ପାଦନ ବ୍ୟବସ୍ଥା ଦୃଢ ଓ ଉତ୍ପାଦିତ ସାମଗ୍ରୀ ଉଚ୍ଚମାନର ହେଲେ ଉଭୟ ଭାରତୀୟ ସାମଗ୍ରୀର ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ପାଇବ । ଭାରତ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ନିଜର ସାମଗ୍ରୀକୁ ବିଶ୍ୱ ବଜାରରେ ପ୍ରତିଯୋଗିତା ପାଇଁ ସମର୍ଥ କରିପାରିବ । ଏହାଦ୍ୱାରା ଭାରତୀୟ ଉଦ୍ୟୋଗ ବିଦେଶୀ ପ୍ରତିଯୋଗିତାରେ ତିଷ୍ଟିବାକୁ ସକ୍ଷମ ହେବେ । ଏଥିପାଇଁ ଉତ୍ପାଦନ ଉଦ୍ୟୋଗକୁ ପ୍ରୋତ୍ସାହନ ଯୋଗାଇବା ସହ ଏକ ଅନୁକୂଳ ଔଦ୍ୟୋଗୀକ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ଭାରତୀୟ ଉତ୍ପାଦ ଯେପରି ବିଶ୍ୱ ଯୋଗାଣ ବ୍ୟବସ୍ଥାରେ ସମନ୍ୱିତ ହେବ ଏବଂ ଉତ୍ପାଦନକାରୀ ସଂସ୍ଥା ବିଶେଷକରି ଏମ୍ଏସ୍ଏମ୍ଇ ଯେପରି ନିରନ୍ତରଭାବେ ଏହା ସହିତ ଯୋଡିହୋଇ ରହିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ସାମଗ୍ରିକଭାବେ ଏହାଦ୍ୱାରା ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧି ଆସିବ ଏବଂ ଏକ ବିରାଟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
କ୍ଷେତ୍ରୱାରୀ ଟେବୁଲ ଦ୍ରଷ୍ଟବ୍ୟ
|
Sector |
Product Lines |
|
Advance Chemistry Cell (ACC) Battery Manufacturing |
ACC Batteries |
|
Electronic/Technology Products |
|
|
Automobile and Auto Components |
Automobile and Auto Components |
|
Pharmaceuticals |
Category 1 Biopharmaceuticals Complex generic drugs Patented drugs or drugs nearing patent expiry Cell based or gene therapy products Orphan drugs Special empty capsules vii. Complex excipients |
|
|
Category 2 Active Pharma Ingredients (APIs) /Key Starting Materials (KSMs) and /Drug Intermediaries (Dls) Category 3 Repurposed Drugs Auto-immune drugs, Anti-cancer drugs, Anti diabetic drugs, Anti Infective drugs, Cardiovascular drugs,Psychotropic drugs and Anti-Retroviral drugs In-vitro Diagnostic Devices (IVDs) Phytopharmaceuticals Other drugs not manufactured in India Other drugs as approved |
|
Telecom Products |
Core Transmission Equipment 4G/5G, Next Generation Radio Access Network and Wireless Equipment Access & Customer Premises Equipment (CPE), Internet of Things (IoT) Access Devices and Other WirelessEquipment Enterprise equipment: Switches, Router |
|
Textiles |
Man-Made Fiber Segment Technical Textiles |
|
Food Processing |
Ready to Eat / Ready to Cook (RTE/ RTC) Marine Products Fruits & Vegetables Honey Desi Ghee Mozzarella Cheese Organic eggs and poultry meat |
|
Solar PV manufacturing |
Solar PVs |
|
White Goods |
Air conditioners LED |
|
Steel Products |
Coated Steel High Strength Steel Steel Rails Ally Steel Bars & Rods |
**********
Cabinet decision of PLI scheme for 10 sectors will boost manufacturing, give opportunities to youth while making India a preferred investment destination. This is an important step towards improving our competitiveness & realising an Aatmanirbhar Bharat. https://t.co/KDQvMEBubJ
— Narendra Modi (@narendramodi) November 11, 2020