Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

100ତମ ଉପଗ୍ରହର ସଫଳ ପ୍ରକ୍ଷେପଣ ଲାଗି ଇସ୍ରୋ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଇସ୍ରୋ ଟିମକୁ ଏହାର 100ତମ ଉପଗ୍ରହର ସଫଳ ପ୍ରକ୍ଷେପଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ଆଜି ପିଏସଏଲଭିର ସଫଳ ପ୍ରକ୍ଷେପଣ ଲାଗି ମୁଁ ଇସ୍ରୋ ଏବଂ ଏହାର ବୈଜ୍ଞାନିକମାନଙ୍କୁ ହୃଦୟ ଭରା ଅଭିନନ୍ଦନ ଜଣାଉଛି । ନୂତନ ବର୍ଷରେ ଏହି ସଫଳତା ଏବଂ ମହାକାଶ ବିଜ୍ଞାନ କ୍ଷେତ୍ରରେ ଦେଶର ଦୃତ ଅଗ୍ରଗତି ଆମ ଦେଶର ନାଗରିକ, କୃଷକ ଏବଂ ମତ୍ସ୍ୟଜୀବିମାନଙ୍କ ପାଇଁ ଲାଭପ୍ରଦ ହେବ ।

ଇସ୍ରୋ ଦ୍ୱାରା 100ତମ ଉପଗ୍ରହର ସଫଳ ପ୍ରକ୍ଷେପଣ ଏହାର ଗୌରବମୟ ସଫଳତା ଏବଂ ଭାରତର ମହାକାଶ କାର୍ଯ୍ୟକ୍ରମର ଉଜ୍ଜ୍ୱଳ ଭବିଷ୍ୟତକୁ ସୂଚିତ କରେ ।

ଭାରତୀୟ ସଫଳତାର ଲାଭ ଏହାର ଅଂଶୀଦାରଙ୍କ ପାଇଁ ମଧ୍ୟ ଉପଲବ୍ଧ! 31ଟି ଉପଗ୍ରହ ମଧ୍ୟରୁ 6ଟି ରାଷ୍ଟ୍ରର 28ଟି ଉପଗ୍ରହକୁ ଆଜିର ପ୍ରକ୍ଷେପଣ ମାଧ୍ୟମରେ ପ୍ରେରିତ କରାଯାଇଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।