ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ ପାୱାର କର୍ପୋରେସନ ଲିମିଟେଡ୍(ଏନଏଚପିସି), ନର୍ଥ ଇଷ୍ଟ ଇଲେକ୍ଟ୍ରିକ ପାୱାର କର୍ପୋରେସନ(ଏନଇଇପିସିଓ), ଟିଏଚଡିସି ଇଣ୍ଡିଆ ଲିମିଟେଡ୍(ପୂର୍ବରୁ ଟିହରି ହାଇଡ୍ରୋ ଡେଭଲପମେଂଟ କର୍ପୋରେସନ ଲିଃ) ଓ ସତଲେଜ ଜଳ ବିଦ୍ୟୁତ ନିଗମ ଲିମିଟେଡ୍(ଏସଜେଭିଏନ)ର ବୋର୍ଡସ୍ତରର ଏକଜିକ୍ୟୁଟିଭମାନଙ୍କ ନିମ୍ନରେ ଥିବା ଦରମା ହାରକୁ 1997 ଜାନୁୟାରୀ 1 ତାରିଖରୁ ନିୟମିତ କରିବା ପାଇଁ ଅନୁମୋଦନ ମିଳିଛି । ଏହାକୁ ବିଦ୍ୟୁତ ମନ୍ତ୍ରଣାଳୟର 2006 ଏପ୍ରିଲ 4 ତାରିଖ ଓ 2006 ସେପ୍ଟେମ୍ବର 1 ତାରିଖର ଆଦେଶର ଅନୁସରଣରେ ଲାଗୁ କରାଯାଇଥିଲା ।
କାର୍ଯ୍ୟକାରିତା ରଣନୀତି
ଏହି ମଞ୍ଜୁରି ପରେ ବିଦ୍ୟୁତ ମନ୍ତ୍ରଣାଳୟର 2006 ଏପ୍ରିଲ 4 ଓ 2006 ସେପ୍ଟେମ୍ବର 1 ତାରିଖର ନିର୍ଦ୍ଦେଶ ଅନୁସାରେ ହାଇଡ୍ରୋ କ୍ଷେତ୍ରର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ଲାଗୁ କରାଯାଇଥିବା ଦରମା ହାରକୁ ନିୟମିତ କରାଯିବ ।
ପ୍ରଭାବ
ଏହି ମଞ୍ଜୁରି ଫଳରେ 2007 ଜାନୁୟାରୀ 1 ପୂର୍ବରୁ ହାଇଡ୍ରୋ କ୍ଷେତ୍ରର କେନ୍ଦ୍ରୀୟ ସାର୍ବଜନୀନ ଉଦ୍ୟୋଗରେ ସାମିଲ ପ୍ରାୟ 5,254 ଜଣ ଏକଜିକ୍ୟୁଟିଭ ଉପକୃତ ହେବେ । ଏହାଫଳରେ ହାଇଡ୍ରୋ କ୍ଷେତ୍ରର ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଏକଜିକ୍ୟୁଟିଭଙ୍କ ମନୋବଳ ଅଧିକ ସୁଦୃଢ଼ ହେବ ।
ବ୍ୟୟ
ଦରମା ହାର ନିୟମିତ କରିବାରେ ପ୍ରାୟ 323କୋଟି ଟଙ୍କା ଖର୍ଚ୍ଚ ହେବ ।
**********