ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2 ଏବଂ 3 ଜାନୁଆରୀ 2020 ରେ କର୍ଣ୍ଣାଟକ ଗସ୍ତ କରିବେ । ଟୁମକୁରଠାରେ ସେ ଶ୍ରୀ ସିଦ୍ଧଗଙ୍ଗା ମଠକୁ ଯାଇ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କ ସ୍ମରଣରେ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ପ୍ରଧାନମନ୍ତ୍ରୀ ସେଠାରେ ପ୍ରାର୍ଥନା କରିବା ସହ ମଠ ପରିସରରେ ଚାରା ମଧ୍ୟ ରୋପଣ କରିବେ । ଏହି ଅବସରରେ ସେଠାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବିଏସ ୟେଦ୍ୟୁରପ୍ପା, ଶ୍ରୀ ସିଦ୍ଧଲିଙ୍ଗେଶ୍ୱର ସ୍ୱାମୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ରହିବେ ।
ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ମଧ୍ୟ ଉଦବୋଧନ ଦେବେ ।
******
On 2nd and 3rd January 2020, PM @narendramodi will be participating in various programmes in Karnataka.
— PMO India (@PMOIndia) January 1, 2020
The first programme tomorrow will be a visit to the Sree Siddaganga Mutt in Tumakuru.
He will lay the foundation stone for a memorial museum remembering the venerable Shri Shri Shivakumar Swamiji. PM @narendramodi will also address the gathering there.
— PMO India (@PMOIndia) January 1, 2020