Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

2010ରେ ସ୍ୱାକ୍ଷରିତ ପାରସ୍ପରିକ ମାନ୍ୟତା ବୁଝାମଣା (MRA) ସହ ଇନଷ୍ଟିଟ୍ୟୁଟ ଅଫ ଚାର୍ଟାର୍ଡ ଏକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ ଏବଂ ଆୟାର୍ଲାଣ୍ଡର ଇନଷ୍ଟିଚ୍ୟୁଟ ଅଫ ସାର୍ଟିଫାଏଡ ପବ୍ଲିକ ଏକାଉଂଟ୍ସ ମଧ୍ୟରେ ସଦ୍ୟ ଏମଆରଏକୁ କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ 2010ରେ ସ୍ୱାକ୍ଷରିତ ‘ପାରସ୍ପରିକ ମାନ୍ୟତା ବୁଝାମଣା’ (MRA) ବା ମ୍ୟୁଚୁଆଲ ରିକଗ୍ନିସନ ଏଗ୍ରୀମେଣ୍ଟକୁ ଆଜି ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି । ଏଥିସହିତ କ୍ୟାବିନେଟ ଅଡିଟ ଜ୍ଞାନର ବିକାଶ, ପେସାଦାର ଏବଂ ବୌଦ୍ଧିକ ବିକାଶ, ନିଜର ସମ୍ପୃକ୍ତ ସଦସ୍ୟମାନଙ୍କ ସ୍ୱାର୍ଥକୁ ଉନ୍ନତ କରିବା ଏବଂ ଭାରତ ଓ ଆୟାର୍ଲାଣ୍ଡ ମଧ୍ୟରେ ଅଡିଟ ପେସାର ବିକାଶ ଲାଗି ସକାରାତ୍ମକ ଯୋଗଦାନ ନିମନ୍ତେ ପାରସ୍ପରିକ ସହଯୋଗ ଢାଞ୍ଚାକୁ ପ୍ରୋତ୍ସାହିତ କରିବା ଲାଗି ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଏକାଉଂଟାଂଟ୍ସ ଅଫ ଇଣ୍ଡିଆ (ICAI) ଏବଂ ଇନଷ୍ଟିଟ୍ୟୁଟ ଅଫ ସାର୍ଟିଫାଏଡ ପବ୍ଲିକ ଏକାଉଂଟ୍ସ (CPA), ଆୟାର୍ଲାଣ୍ଡ ମଧ୍ୟ ସଦ୍ୟ ଏମଆରଏକୁ ମଧ୍ୟ ଅନୁମୋଦନ କରିଛନ୍ତି ।

ପ୍ରଭାବ :

ଏହି ଏମଆରଏ ଉଭୟ ପକ୍ଷର ସଦସ୍ୟମାନଙ୍କୁ ଯେକୌଣସି ଦେଶରେ ଉତ୍ତମ କାର୍ଯ୍ୟ ନିମନ୍ତେ ସମ୍ଭାବନା ଉପଲବ୍ଧ କରାଇବ ଏବଂ ଏହାଦ୍ୱାରା ନୂଆ ବଜାରର ଚାହିଦା ପୂରଣ କରିବା ଲାଗି ସେମାନଙ୍କୁ ନିଜ କାରବାରର ପରିସର ବୃଦ୍ଧି କରିବାରେ ସହାୟତା ମିଳିପାରିବ ।