ପିଏମଇଣ୍ଡିଆ
ସାଧାରଣ ରାଜସ୍ୱ ଭଣ୍ଡାରକୁ ରେଳବାଇ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଲାଭାଂଶ ଗୋଟିଏ ଥର ପାଇଁ ଛାଡ଼ କରାଯିବ । ଏହାକୁ ଗ୍ରହଣ କରିବା ନିମନ୍ତେ ସଂସଦର ଉଭୟ ଗୃହରେ ରେଳ ମନ୍ତ୍ରଣାଳୟ ଦ୍ଵାରା ଏକ ସଂକଳ୍ପ ଉପସ୍ଥାପନ କରାଯିବ । ଏଥିନିମନ୍ତେ ରେଳ କନଭେନସନ ସମିତି (2014) ଦ୍ୱାରା 2016-17 ବର୍ଷ ପାଇଁ କରାଯାଇଥିବା ସୁପାରିସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।