Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

2019 ମାର୍ଚ୍ଚ 4 ଓ 5ରେ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2019 ମାର୍ଚ୍ଚ 4 ଓ 5ରେ ଗୁଜରାଟ ଗସ୍ତ କରିବେ । ମାର୍ଚ୍ଚ 4ରେ ସେ ଜାମନଗର, ଜସପୁର ଓ ଅହମ୍ମଦାବାଦ ଗସ୍ତ କରିବାକୁ ଥିବା ବେଳେ ମାର୍ଚ୍ଚ 5ରେ ଅଦ୍ଲାଜ ଓ ବସ୍ତ୍ରାଲ ଗସ୍ତ କରିବେ ।

ମାର୍ଚ୍ଚ 4ରେ ଜାମନଗରରେ ପ୍ରଧାନମନ୍ତ୍ରୀ ମେଡିକାଲ କଲେଜ କ୍ୟାମ୍ପସ୍ ଗସ୍ତ କରିବେ ଏବଂ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ । ସେଗୁଡ଼ିକ ହେଲା-

ଗୁରୁ ଗୋବିନ୍ଦ ସିଂହ ହସ୍ପିଟାଲ ଆନେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ:

ଏହି 750 ଶଯ୍ୟା ବିଶିଷ୍ଟ ଗୁରୁ ଗୋବିନ୍ଦ ସିଂହ ହସ୍ପିଟାଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ହେବ ।

ହସ୍ପିଟାଲରେ ନୂଆ ଭାବେ ତିଆରି ହୋଇଥିବା ପିଜି ହଷ୍ଟେଲକୁ ମଧ୍ୟ ସେ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ହସ୍ପିଟାଲକୁ ଗସ୍ତ କରିବେ ଏବଂ ଛାତ୍ରଛାତ୍ରୀ ଓ ଫାକଲ୍ଟିମାନଙ୍କ ସହ ଆଲୋଚନା କରିବେ ।

ଏକ ଉତ୍ସବରେ ବଟନ୍ ଚିପି ସାଉନି ପ୍ରକଳ୍ପଗୁଡ଼ିକର ଉନ୍ମୋଚନ କରିବେ

ଏହି ସାଉନି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଉନ୍ଦ-1ରୁ ରଣଜିତସାଗର ଉଠାଜଳସେଚନ ସ୍କିମ୍ ଏବଂ ମାଚୁ-1ରୁ ନିଆରି ଉଠା ଜଳସେଚନ ସ୍କିମକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ସେ ଜୋଡିଆ ଡିସାଲିନେସନ୍ ପ୍ଲାଣ୍ଟ ଏବଂ ଉନ୍ଦ-3ରୁ ଭେନୁ-2 ଉଠାଜଳସେଚନ ସ୍କିମର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

  • ବାନ୍ଦ୍ରା-ଜାମନଗର ହମଫର ଏକ୍ସପ୍ରେସ ଶୁଭାରମ୍ଭ

ଭିଡିଓ ଲିଙ୍କ୍ ଜରିଆରେ ପ୍ରଧାନମନ୍ତ୍ରୀ ବାନ୍ଦ୍ରା-ଜାମନଗର ହମଫର୍ ଏକ୍ସପ୍ରେସ ଫ୍ଲାଗ୍ ଅଫ୍ କରିବେ ।

  • ଅନ୍ୟ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ଆଜି-3ରୁ ଖିଜାଡ଼ିଆ ପର୍ଯ୍ୟନ୍ତ 51 କିଲୋମିଟରର ପାଇପଲାଇନକୁ ଲୋକାର୍ପଣ କରିବେ । ସେ ରାଜକୋଟ-କାନାଲୁସ୍ ରେଲୱେ ଲାଇନ୍ ଦୋହରୀକରଣ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଜାମନଗର ମହାନଗର ନିଗମରେ ନିର୍ମାଣ ହୋଇଥିବା 448 ବାସଗୃହର ଲୋକାର୍ପଣକୁ ପାଳନ କରି ପ୍ରଧାନମନ୍ତ୍ରୀ କେତେକ ବଛାବଛା ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କରିବେ ।

ପ୍ରଧାନମନ୍ତ୍ରୀ ଏ ଅବସରରେ ଜନତାଙ୍କୁ ସମ୍ବୋଧିତ ମଧ୍ୟ କରିବେ ।

ଜସପୁରଠାରେ

ପ୍ରଧାନମନ୍ତ୍ରୀ ଗୁଜରାଟର ଜସପୁର ଗସ୍ତ କରି ବିଶ୍ୱଉମିୟଧାମ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ସେଠାରେ ସମବେତ ଜନତାଙ୍କୁ ମଧ୍ୟ ସେ ସମ୍ବୋଧିତ କରିବେ ।

ବସ୍ତ୍ରାଲ ଗାମ୍ ମେଟ୍ରୋ ଷ୍ଟେସନ୍, ଅହମ୍ମଦାବାଦଠାରେ

ବସ୍ତ୍ରାଲ ଗାମ୍ ମେଟ୍ରୋ ଷ୍ଟେସନଠାରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ମେଟ୍ରୋର ଫେଜ୍-1କୁ ଉଦ୍ଘାଟନ କରିବେ । ମେଟ୍ରୋର ଫେଜ୍-2 ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ମେଟ୍ରୋର କମନ୍ ମୋବିଲିଟି କାର୍ଡର ଉନ୍ମୋଚନ କରିବେ ।

ଏହାପରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନ ଶୁଭାରମ୍ଭ କରାଇବେ ଏବଂ ବସ୍ତ୍ରାଲ ଗାମ୍ ଷ୍ଟେସନରୁ ମେଟ୍ରୋରେ ବୁଲିବାକୁ ଯିବେ ।

2019 ଫେବ୍ରୁଆରୀରେ କେନ୍ଦ୍ର କ୍ୟାବିନେଟ୍ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଫେଜ୍-2କୁ ଅନୁମୋଦନ କରିଛି । ଫେଜ୍-2ରେ ମୋଟ୍ 28.254 କିଲୋମିଟରର 2ଟି କରିଡର୍ ରହିବ । ଏହା ଅହମ୍ମଦାବାଦ ଓ ଗାନ୍ଧିନଗର ଅଞ୍ଚଳର ଯାତ୍ରୀମାନଙ୍କୁ ଆରାମଦାୟକ ଓ ବିଶ୍ୱସନୀୟ ପରିବହନ ସେବା ଯୋଗାଇବ ।

ଅହମ୍ମଦାବାଦ ମେଟ୍ରୋ ରେଳର ଫେଜ୍-1 ପ୍ରକଳ୍ପ ମୋଟ୍ 40.03 କିଲୋମିଟରର ହୋଇଥିବା ବେଳେ ସେଥିମଧ୍ୟରୁ 6.5 କିଲୋମିଟର ଭୂମି ତଳେ ଯାଇଥିବା ବେଳେ ବଳକା ଭୂମି ଉପର ଦେଇ ଯାଇଛି ।

ଏହି ମେଟ୍ରୋ ପ୍ରକଳ୍ପଗୁଡ଼ିକ କେବଳ ସଂଯୋଗୀକରଣ ପ୍ରଦାନ କରିବ ତାହା ନୁହେଁ ବରଂ ଯାତ୍ରା ସମୟକୁ ହ୍ରାସ କରି ସହରାଞ୍ଚଳରେ ଲୋକମାନଙ୍କର ଜୀବନ ଧାରଣକୁ ସରଳ କରିବ ।

ବିଜେ ମେଡିକାଲ କଲେଜ୍, ଅହମ୍ମଦାବାଦଠାରେ

ବିଜେ ମେଡିକାଲ କଲେଜ ପଡ଼ିଆଠାରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଓ ରେଳପଥ ସହ ଜଡ଼ିତ ବହୁ ପ୍ରକଳ୍ପର ଶୁଭାରମ୍ଭ କରିବେ ।

ସ୍ୱାସ୍ଥ୍ୟ

ଅହମ୍ମଦାବାଦ ଅଞ୍ଚଳରେ ନିର୍ମାଣ ହୋଇଥିବା ବିଭିନ୍ନ ହସ୍ପିଟାଲକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ସେଗୁଡ଼ିକ ହେଲା, ମହିଳା ଶିଶୁ ଓ ସୁପର ସ୍ପେସିଆଲିଟି ହସ୍ପିଟାଲ, କ୍ୟାନର ହସ୍ପିଟାଲ, ଚକ୍ଷୁ ଚିକିତ୍ସାଳୟ ଓ ଦାନ୍ତ ଚିକିତ୍ସାଳୟ ।

ଏହି ହସ୍ପିଟାଲଗୁଡ଼ିକ ଅହମ୍ମଦାବାଦରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ତ୍ୱରାନ୍ୱିତ କରିବେ । ଏହି ହସ୍ପିଟାଲଗୁଡ଼ିକ ମାଧ୍ୟମରେ ଅହମ୍ମଦାବାଦ ଓ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା-ଆୟୁଷ୍ମାନ ଭାରତ ସ୍କିମ ବଛାବଛା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗୋଲଡେନ୍ କାର୍ଡ ବିତରଣ କରିବେ ।

ରେଳପଥ

ପାତନ-ବିନ୍ଦି ରେଲୱେ ଲାଇନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ । ସେ ମାସିକ 150 ୱାଗନ୍ କ୍ଷମତା ବିଶିଷ୍ଟ ଦାହୋଡ ରେଲୱେ ୱାର୍କସପକୁ ମଧ୍ୟ ଲୋକାର୍ପିତ କରିବେ । ଆନନ୍ଦ-ଗୋଧ୍ରା ରେଲୱେ ଲାଇନ୍ ଦୋହରୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ପ୍ରଧାନମନ୍ତ୍ରୀ ସ୍ଥାପନ କରିବେ ।

ଏହାପରେ ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ଉଦବୋଧନ ଦେବେ ।

ପ୍ରଧାନମନ୍ତ୍ରୀ ନ୍ୟୁ ସିଭିଲ୍ ହସ୍ପିଟାଲ ଗସ୍ତରେ ମଧ୍ୟ ଯିବେ ଏବଂ ରିବନ କାଟି 1200 ଶଯ୍ୟାର ନ୍ୟୁ ସିଭିଲ ହସ୍ପିଟାଲକୁ ଉଦଘାଟନ କରିବେ । ସେ ଅହମ୍ମଦାବାଦର ନୂଆ କ୍ୟାନର ହସ୍ପିଟାଲ ଏବଂ ଚକ୍ଷୁ ଚିକିତ୍ସାଳୟକୁ ଗସ୍ତ କରିବେ ।

2019 ମାର୍ଚ୍ଚ 5

ଅଦ୍ଲାଜ, ଗାନ୍ଧିନଗରଠାରେ

ମାର୍ଚ୍ଚ 5ରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗର, ଅଦ୍ଲାଜଠାରେ ଥିବା ଅନ୍ନପୂର୍ଣ୍ଣା ଧାମ ଟ୍ରଷ୍ଟକୁ ଗସ୍ତ କରିବେ । ସେଠାରେ ସେ ଶିକ୍ଷଣ ଭବନ ଓ ବିଦ୍ୟାର୍ଥୀ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ଅଭିଭାଷଣ ଦେବେ ।

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ ଯୋଜନା (PM-SYM)ର ଶୁଭାରମ୍ଭ

ବସ୍ତ୍ରାଲରେ ପ୍ରଧାନମନ୍ତ୍ରୀ ଅଣ-ସଂଗଠିତ କ୍ଷେତ୍ର ଶ୍ରମିକଙ୍କ ପାଇଁ ପେନନ୍ ସ୍କିମ୍, ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ ଯୋଜନାର ଶୁଭାରମ୍ଭ କରି ହିତାଧିକାରୀଙ୍କୁ ଅନ୍ଲାଇନ୍ ଜରିଆରେ ପାଣ୍ଠି ହସ୍ତାନ୍ତର କରିବେ ।

କେତେକ ବଛାବଛା ହିତାଧିକାରୀଙ୍କୁ ସେ ପିଏମ୍-ଏସୱାଇଏମ୍ ପେନନ୍ କାର୍ଡ ମଧ୍ୟ ବିତରଣ କରିବେ ।

ପିଏମ୍-ଏସୱାଇଏମ୍ ସମ୍ପର୍କରେ

ଅନ୍ତରୀଣ ବଜେଟ୍ 2019-20ରେ ଭାରତ ସରକାର ମାସିକ 15,000 ଟଙ୍କାରୁ କମ୍ ରୋଜଗାର କରୁଥିବା ଅଣ-ସଂଗଠିତ ଶ୍ରମିକଙ୍କ ବାର୍ଦ୍ଧକ୍ୟ ନିରାପତ୍ତା ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ (ପିଏମ୍-ଏସୱାଇଏମ୍) ନାମକ ମେଗା ପେନନ୍ ଯୋଜନାର ପ୍ରଚଳନ କରିଥିଲେ ।

ଏହା ଏକ ସ୍ୱେଚ୍ଛାକୃତ ଓ ଅବଦାନକାରୀ ପେନନ୍ ସ୍କିମ୍, ଯେଉଁଠାରେ ପିଏମ୍-ଏସୱାଇଏମ୍ ଅଧୀନରେ ପ୍ରତି ଉପଭୋକ୍ତା 60 ବର୍ଷ ବୟସ ପରେ ସର୍ବନିମ୍ନ 3000 ଟଙ୍କାର ମାସିକ ପେନନ୍ ପାଇବାକୁ ଯୋଗ୍ୟ ହେବେ ।

ସ୍କିମ୍ ଅଧୀନରେ ହିତାଧିକାରୀ ପ୍ରଦାନ କରୁଥିବା ଅବଦାନର ସମାନ ପରିମାଣ କେନ୍ଦ୍ର ସରକାର ମଧ୍ୟ ପ୍ରଦାନ କରିବେ ।

ଆଗାମୀ 5 ବର୍ଷ ମଧ୍ୟରେ ଅତିକମରେ 10 କୋଟି ଶ୍ରମିକ ପ୍ରଧାନମନ୍ତ୍ରୀ ଶ୍ରମ-ଯୋଗୀ ମାନ-ଧନ ସ୍କିମ ଫାଇଦା ନେବେ ବୋଲି ଆଶା କରାଯାଉଛି ।

ଭାରତର ଜିଡିପିର ପ୍ରାୟ ଅର୍ଦ୍ଧେକ ଅସଂଗଠିତ କ୍ଷେତ୍ରର 40 କୋଟି ଶ୍ରମିକ ମୁଖ୍ୟତଃ ଷ୍ଟ୍ରିଟ୍ ଭେଣ୍ଡର, ରିକ୍ସା ଚାଳକ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ବିଡି ଶ୍ରମିକ, ହସ୍ତତନ୍ତ, ଚମଡ଼ା ଶିଳ୍ପ ଶ୍ରମିକଙ୍କ ନିକଟରୁ ଆସିଥାଏ ।

ପିଏମ୍-ଏସୱାଇଏମ୍, ଆୟୁଷ୍ମାନ ଭାରତରେ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ସୁବିଧା ଏବଂ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଜରିଆରେ ସରକାର ଅଣ-ସଂଗଠିତ କ୍ଷେତ୍ରରେ କାଯ୍ୟ କରୁଥିବା ଶ୍ରମିକଙ୍କ ଭବିଷ୍ୟତ ଜୀବନକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

 

*********************