ପିଏମଇଣ୍ଡିଆ
17 ଜୁନ ଠାରୁ 26 ଜୁଲାଇ ପର୍ଯ୍ୟନ୍ତ ଲୋକସଭା ଅଧିବେଶନ ଏବଂ 20 ଜୁନ ଠାରୁ 26 ଜୁଲାଇ ପର୍ଯ୍ୟନ୍ତ ରାଜ୍ୟସଭା ଅଧିବେଶନ ଅନୁଷ୍ଠିତ ହେବ
4 ଜୁଲାଇରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଏବଂ 5 ଜୁଲାଇରେ କେନ୍ଦ୍ର ବଜେଟ ହେବ ଉପସ୍ଥାପନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି 17 ଲୋକସଭା ଅଧିବେଶନ ବସିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଏହି ସଂକ୍ରାନ୍ତ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରିଛି । ତଦନୁସାରେ ଜୁନ 17, 2019, ସୋମବାର ଠାରୁ ଲୋକସଭା ଅଧିବେଶନ ବସିବ ଏବଂ ସରକାରଙ୍କ ବିଭିନ୍ନ ଜରୁରୀ କାର୍ଯ୍ୟ ସଂପାଦନ ସହ ଏହି ଅଧିବେଶନ ଜୁଲାଇ 26, 2019ରେ ଶେଷ ହେବ ।
ସେହିଭଳି ଜୁନ 20, 2019 ଠାରୁ ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବ ଏବଂ ସରକାରଙ୍କ ବିଭିନ୍ନ ଜରୁରୀ କାର୍ଯ୍ୟ ସଂପାଦନ କରାଯାଇ ଏହି ଅଧିବେଶନ ଜୁଲାଇ 26, 2019, ଶୁକ୍ରବାର ଶେଷ ହେବ ।
ଜୁନ 19, 2019, ବୁଧବାର ଦିନ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।
ଜୁନ 20, 2019, ଗୁରୁବାର ଦିନ ସଂସଦର କେନ୍ଦ୍ରୀୟ କକ୍ଷରେ ଉଭୟ ଗୃହର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବାକୁ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ଅନୁରୋଧ କରାଯାଇଛି । ସମ୍ବିଧାନର ଧାରା 87(1) ଅନୁସାରେ ନୂତନ ସରକାର ଗଠିତ ହେବାକରେ ରାଷ୍ଟ୍ରପତି ଆନୁଷ୍ଠାନିକ ଭାବେ ଉଭୟ ସଦନର ସଦସ୍ୟମାନଙ୍କୁ ସମ୍ବୋଧିତ କରିଥାନ୍ତି ।
ଜୁଲାଇ 5, ଶୁକ୍ରବାର ଦିନ 2019-20 ଆର୍ଥିକ ବର୍ଷର କେନ୍ଦ୍ର ବଜେଟ ଲୋକସଭାରେ ଉପସ୍ଥାପନ କରାଯିବାକୁ ସ୍ଥିର ହୋଇଛି । ସେହିଦିନ ପୂର୍ବାହ୍ନ 11 ଘଟିକା ସମୟରେ ବଜେଟ ଉପସ୍ଥାପନ କରାଯିବ । ସେହିଦିନ ଉଭୟ ଗୃହରେ ନିଦ୍ଧାରିତ ସମୟରେ ବଜେଟ ଉପସ୍ଥାପନ ହେବାପରେ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯିବ ।