ପିଏମଇଣ୍ଡିଆ
2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା (ଏପିୱାଇ)କୁ ଜାରି ରଖାଯିବ। ଏହି ଯୋଜନାର ପ୍ରଚାରପ୍ରସାର ଓ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ପାଣ୍ଠି ସହାୟତାର ସମ୍ପ୍ରସାରଣ କରାଯିବା ସହିତ ନିଅଣ୍ଟ ଭରଣା ଲାଗି ମଧ୍ୟ ପାଣ୍ଠି ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
କାର୍ଯ୍ୟକାରିତା ରଣନୀତି:
2030-31 ପର୍ଯ୍ୟନ୍ତ ଏହି ଯୋଜନା ଜାରି ରହିବ ଏବଂ ଏଥିପାଇଁ ସରକାର ନିମ୍ନ ସହାୟତା ଯୋଗାଇ ଦେବେ:
ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ନିକଟରେ ଯୋଜନାର ଲାଭ ପହଞ୍ଚାଇବା ଲାଗି ପ୍ରଚାରପ୍ରସାର ଏବଂ ବିକାଶ କାର୍ଯ୍ୟକଳାପ କରାଯିବ। ଏଥିରେ ସଚେତନତା ଏବଂ କ୍ଷମତା ନିର୍ମାଣ ସାମିଲ ରହିବ।
ଯୋଜନାର ବ୍ୟବହାରିକ ଆବଶ୍ୟକତା ପୂରଣ କରିବା ଏବଂ ଏହାକୁ ନିରନ୍ତର ଭାବେ ଜାରି ରଖିବା ଲାଗି ନିଅଣ୍ଟ ଭରଣା ନିମନ୍ତେ ପାଣ୍ଠି ଯୋଗାଇ ଦିଆଯିବ।
ପ୍ରମୁଖ ପ୍ରଭାବ:
କମ୍ ଆୟକାରୀ ଏବଂ ଅସଂଗଠିତ କ୍ଷେତ୍ରର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ସୁନିଶ୍ଚିତ ହେବ।
ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହନ ମିଳିବା ସହିତ ଭାରତ ଏକ ପେନସନ ଆଧାରିତ ସମାଜ ରୂପେ ପରିଣତ ହୋଇପାରିବ।
କ୍ରମାଗତ ସାମାଜିକ ସୁରକ୍ଷା ଯୋଗାଇ ଦେଇ ବିକଶିତ ଭାରତ 2047ର ସଂକଳ୍ପକୁ ଏହି ଯୋଜନା ମଜବୁତ କରିବ।
ପୃଷ୍ଠଭୂମି
ଶୁଭାରମ୍ଭ: 9 ମଇ 2015ରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏପିୱାଇର ଶୁଭାରମ୍ଭ କରାଯାଇଥିଲା।
ଯୋଜନାର ବୈଶିଷ୍ଟ୍ୟ: ଆର୍ଥିକ ଯୋଗଦାନକୁ ଆଧାର କରି ଏପିୱାଇ 60 ବର୍ଷ ବୟସରୁ ପ୍ରତି ମାସରେ 1,000 ରୁ 5,000 ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟିଯୁକ୍ତ ସର୍ବନିମ୍ନ ପେନସନ ପ୍ରଦାନ କରିଥାଏ।
ଅଗ୍ରଗତି: 19 ଜାନୁଆରୀ, 2026 ସୁଦ୍ଧା, 8.66 କୋଟିରୁ ଅଧିକ ଉପଭୋକ୍ତା ପଞ୍ଜୀକରଣ କରିଛନ୍ତି, ଯାହା ଏପିୱାଇକୁ ଭାରତର ସମାବେଶୀ ସାମାଜିକ ସୁରକ୍ଷା ଢାଞ୍ଚାର ଏକ ଆଧାର ରୂପେ ପରିଣତ କରିଛି।
ସମ୍ପ୍ରସାରଣ ଆବଶ୍ୟକତା: ଯୋଜନାର ସ୍ଥାୟିତ୍ୱ ସୁନିଶ୍ଚିତ କରିବା ପାଇଁ ନିରନ୍ତର ସଚେତନତା, କ୍ଷମତା ନିର୍ମାଣ ଏବଂ ବ୍ୟବହାରିକ ଆବଶ୍ୟକତା ପୂରଣ ଲାଗି ନିରନ୍ତର ସରକାରୀ ସମର୍ଥନ ଅତ୍ୟନ୍ତ ଜରୁରୀ।
******
PS/Swadhin
देशभर के असंगठित क्षेत्र के अपने श्रमिक भाई-बहनों के कल्याण के लिए हम प्रतिबद्ध हैं। इसी कड़ी में आज हमारी सरकार ने अटल पेंशन योजना को 2030-31 तक जारी रखने को मंजूरी दी है। इससे निम्न-आय वर्ग और असंगठित क्षेत्र के श्रमिकों के लिए वृद्धावस्था आय सुरक्षा सुनिश्चित होगी।…
— Narendra Modi (@narendramodi) January 21, 2026