Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

3 କୋଟି ଖୁଚୁରା ବ୍ୟବସାୟୀ ଓ ଦୋକାନୀଙ୍କ ପାଇଁ ପେନସନ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି


 

ସରକାର ଗଠନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ପାଳନ କଲେ ଆଉ ଏକ ପ୍ରତିଶ୍ରୁତି

 

ବାଣିଜ୍ୟ ଓ ବ୍ୟବସାୟରେ ଭାରତର ଏକ ମହାନ ପରମ୍ପରା ରହିଛି । ଆମର ବଣିକମାନଙ୍କର  ଭାରତର ଅର୍ଥନୀତିର ବିକାଶରେ ଯଥେଷ୍ଟ ଯୋଗଦାନ ରହିଛି

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ପ୍ରଥମ ବୈଠକରେ 3 କୋଟି ଖୁଚୁରା ବ୍ୟବସାୟୀ ଓ ଦୋକାନୀଙ୍କ ପାଇଁ ପେନସନ ଯୋଜନାକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ନୂତନ ଯୋଜନା ଦ୍ାରା ଦେଶର ବଣିକ ଗୋଷ୍ଠୀ ବିଶେଷ ଭାବେ ଉପକୃତ ହୋଇପାରିବେ । ସାର୍ବଜନୀନ ସାମାଜିକ ସୁରକ୍ଷା ଯୋଜନା ସୁନିଶ୍ଚିତ କରିବା ସକାଶେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଏହା ଦ୍ାରା ସାକାର ହୋଇପାରିବ ।

ଏହି ଯୋଜନା କିଭଳି କାର୍ଯ୍ୟ କରିବ:

ଏହି ଯୋଜନା ଅଧୀନରେ ସମସ୍ତ ଦୋକାନୀ, ଖୁଚୁରା ବେପାରୀ ଏବଂ ଆତ୍ମନିଯୁକ୍ତ ବ୍ୟକ୍ତିବିଶେଷଙ୍କୁ 60 ବର୍ଷରେ ପଦାର୍ପଣ କରିବା ପରେ ସେମାନଙ୍କୁ ମାସିକ 3000 ଟଙ୍କାର ପେନସନ ସୁନିଶ୍ଚିତ କରାଯିବାର ବ୍ୟବସ୍ଥା କରାଯାଇଛି ।

ସମସ୍ତ ଦୋକାନୀ, ଖୁଚୁରା ବେପାରୀ ଏବଂ ଆତ୍ମନିଯୁକ୍ତ ବ୍ୟକ୍ତିବିଶେଷ ଯେଉଁମାନଙ୍କର ଜିଏସଟି ଅନୁସାରେ ବାର୍ଷିକ ବ୍ୟବସାୟ ପରିମାଣ 1.5 କୋଟି ଟଙ୍କାରୁ କମ୍‌ ହେଉଥିବ ଏବଂ ସେମାନଙ୍କ ବୟସ 18ରୁ 40 ବର୍ଷ ଭିତରେ ହୋଇଥିବ, ସେମାନେ ଏହି ଯୋଜନାରେ ନିଜକୁ ସାମିଲ କରିପାରିବେ । ଏହି ଯୋଜନା ମାଧ୍ୟମରେ ଦେଶର ତିନିକୋଟି କ୍ଷୁଦ୍ର ଦୋକାନୀ ଓ ବ୍ୟବସାୟୀ ଉପକୃତ ହୋଇପାରିବେ ।

ଏହି ଯୋଜନା ଆତ୍ମ ଘୋଷଣା ଉପରେ ଆଧାରିତ ଏବଂ ଏଥିପାଇଁ ଆଧାର କାର୍ଡ଼ ଓ ବ୍ୟାଙ୍କ ଜମାଖାତା ବ୍ୟତୀତ ଅନ୍ୟ କୌଣସି ନଥିର ଆବଶ୍ୟକତା ନାହିଁ । ଆଗ୍ରହୀ ବ୍ୟକ୍ତିମାନେ ସେମାନଙ୍କର ନାମ ଏଥିରେ ପଞ୍ଜିକରଣ କରିପାରିବେ । ଦେଶରେ ଥିବା 3,25,000 କମନ  ସର୍ଭିସ ସେଣ୍ଟର ମାଧ୍ୟମରେ ସେମାନେ ନିଜର ନାମ ପଞ୍ଜିକରଣ କରିପାରିବେ ।

ଭାରତ ସରକାର ସେମାନଙ୍କ ପାଇଁ ମ୍ୟାଚିଂ ଗ୍ରାଣ୍ଟ ହିତାଧିକାରୀଙ୍କ ଜମାଖାତାରେ ପୈଠ କରିବେ  । ଉଦାହରଣ ସ୍ରୂପ ଜଣେ 29 ବର୍ଷ ବୟସ୍କ ଯୁବକ ଯଦି ମାସିକ 100 ଟଙ୍କା ଜମା କରେ ତେବେ କେନ୍ଦ୍ର ସରକାର ମଧ୍ୟ ସମାନ ପରିମାଣର ଅର୍ଥ ତାଙ୍କ ପେନସନ ଜମାଖାତାରେ ମାସିକ ଜମା କରିଚାଲିବେ । ଏହି ଯୋଜନାକୁ ସରକାର ଗଠନର ପ୍ରମ ଦିନରେ କାର୍ଯ୍ୟକାରୀ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଦେଇଥିବା ତାଙ୍କର ପ୍ରତିଶ୍ରୁତି ପାଳନ କରିଛନ୍ତି । ଏଭଳି କ୍ଷୁଦ୍ର ବ୍ୟବସାୟୀ ଓ ଦୋକାନୀମାନଙ୍କ ପାଇଁ ପେନସନ ଯୋଜନା କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ବାରମ୍ବାର କହି ଆସିଛନ୍ତି ଓ ଏହି ଦିଗରେ ସେ ସେମାନଙ୍କୁ ନିର୍ଭର ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଥିଲେ । ବାର୍ଦ୍ଧକ୍ୟ ଅବସ୍ଥାରେ ସେମାନଙ୍କ ପାଇଁ ଏଭଳି ପେନସନ ଯୋଜନା ଅଶେଷ ମାତ୍ରାରେ ସହାୟକ ହେବ  ଓ ସେମାନେ ସ୍ାଭିମାନ ଓ ଆର୍ଥିକ ନିରାପତ୍ତାର ସହ ଜୀବନ ବଞ୍ଚିପାରିବେ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି ।