ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (28.12.2016) ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ହିନ୍ଦୁସ୍ଥାନ ଏଣ୍ଟିବାୟୋଟିକ୍ସ ଲିମିଟେଡ, ଇଣ୍ଡିଆନ ଡ୍ରଗ୍ସ ଏଣ୍ଡ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ, ରାଜସ୍ଥାନ ଡ୍ରଗ୍ସ ଏଣ୍ଡ ଫାର୍ମାସ୍ୟୁଟିକାଲ୍ସ, ବେଙ୍ଗଲ କେମିକାଲ୍ସ ଏବଂ ଫାର୍ମାସ୍ୟୁଟିକାଲ ଲିମିଟେଡର ଆବଶ୍ୟକତାଠାରୁ ଅଧିକ ଜମି ବିକ୍ରୀକରି ସେମାନଙ୍କର ବକେୟା ଦେୟ ପଇଠ କରିବା ପ୍ରସ୍ତାବ ଅନୁମୋଦନ କରାଯାଇଛି । ଏହିଭଳି, ରାଷ୍ଟ୍ରୀୟ ସମ୍ପତି ସର୍ବୋତ୍ତମ ରାଷ୍ଟ୍ରୀୟ ହିତରେ ଉପଯୋଗ କରାଯିବ ।
ଏହି ବିକ୍ରୀ ସରକାରୀ ଏଜେନ୍ସୀଗୁଡିକ ପାଇଁ ମୁକ୍ତ ପ୍ରତିଯୋଗିତା ତଥା ସ୍ୱଚ୍ଛତା ଆଧାରରେ କରାଯିବ ଏବଂ ବିକ୍ରୀପ୍ରାପ୍ତ ଧନରୁ ବକେୟା ଦେୟ ଦିଆଯିବ । ସ୍ୱେଚ୍ଛାକୃତ ଅବସର ଯୋଜନା/ସ୍ୱେଚ୍ଛାକୃତ ପୃଥକୀକରଣ ଯୋଜନାକୁ ମଧ୍ୟ ଏହି ସାର୍ବଜନୀନ କ୍ଷେତ୍ରଗୁଡିକରେ ଲାଗୁ କରାଯିବ ।
ବାକି ଥିବା ଜମି ନିବେଶ ବିଭାଗ ଏବଂ ସାର୍ବଜନୀନ ସଂପତି ପ୍ରବନ୍ଧନ ଏବଂ ସାର୍ବଜନୀନ ଉଦ୍ୟୋଗ ବିଭାଗ ନିୟମାବଳୀ ଅନୁସାରେ ପରିଚାଳନା କରାଯିବ ।
ଦେୟ ପଇଠ କରାଯିବା ପରେ IDPL ଏବଂ RDPL କୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ । HAL ଏବଂ BCPL ର ରଣନୀତିକ ବିକ୍ରୀ ପାଇଁ ଅନୁସନ୍ଧାନ କରାଯିବ । ଫାର୍ମାସ୍ୟୁଟିକାଲ ବିଭାଗ, ଏହିସବୁ ରାଷ୍ଟ୍ରାୟତ୍ତ ସଂସ୍ଥା ପାଇଁ ସମୟବଦ୍ଧ ଚରଣରେ କାର୍ଯ୍ୟ କରିବ ।