Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

90 ଦିନିଆ ଡିଜି ଧନମେଳା:ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ଅର୍ଥ ଆଦାନପ୍ରଦାନ ବ୍ୟବସ୍ଥାକୁ ଗଣ ଆନ୍ଦୋଳନରେ ପରିଣତ କରିବାର ପ୍ରୟାସ


ଡିଜିଟାଲ ପେମେଣ୍ଟଟକୁ ଆପଣାଇଥିବା 14 ଲକ୍ଷ ଉପଭୋକ୍ତା ଓ 77000 ବ୍ୟବସାୟୀଙ୍କୁ 226 କୋଟିର ପୁରସ୍କାର ରାଶି ପ୍ରଦାନ

ଏପ୍ରିଲ 14ରେ ମେଗା ଉଠାଣ

ଲୋକମାନଙ୍କ ମଧ୍ୟରେ ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ଅର୍ଥ ପ୍ରଦାନ ମାନସିକତା ବୃଦ୍ଧି ପାଇବାରେ ଲାଗିଛି । ଏହା ଦେଶକୁ ନଗଦବିହୀନ ଅର୍ଥନୀତି ଦିଗରେ ଆଗେଇ ନେବା ଦିଗରେ ସହାୟକ ହେବ । ନୀତି ଆୟୋଗଙ୍କ ପକ୍ଷରୁ ପ୍ରବର୍ତ୍ତିତ ଡିଜିଟାଲ କାରବାରରୁ ଏବେ ସୁଫଳ ମିଳିବା ଆରମ୍ଭ କରିଛି । ଡିଜିଟାଲ ପେମେଣ୍ଟର ଦୁଇଟି ଯୋଜନା – ଭାଗ୍ୟବାନ ଗ୍ରାହକ ଯୋଜନା ଏବଂ ଡିଜି ଧନ ବ୍ୟାପାର ଯୋଜନା – 2016 ଡିସେମ୍ବର 25 ତାରିଖ ଠାରୁ ଆରମ୍ଭ ହେବାପରେ ଦେଶର 15 ଲକ୍ଷ ଲୋକ ଓ 77000 ବ୍ୟବସାୟୀ ପ୍ରାୟ 226 କୋଟି ଟଙ୍କାର ପୁରସ୍କାର ଲାଭ କରିସାରିଲେଣି ।

ଉପଭୋକ୍ତା ଦୁଇ ଯୋଜନା ମାଧ୍ୟମରେ 226,45,40,000(ଉପଭୋକ୍ତାମାନଙ୍କ 176,95,40,000 ଏବଂ ବ୍ୟବସାୟୀମାନଙ୍କୁ 49,50,000,00) ଟଙ୍କାର ପ୍ରୋତ୍ସାହନ ରାଶି ବିତରଣ କରାଯାଇସାରିଛି । ଏହି ଭାଗ୍ୟବାନ ବିଜେତାମାନେ ସମାଜର ବିଭିନ୍ନ ବର୍ଗ, ବୟସ, ଲିଙ୍ଗ ଓ ଭିନ୍ନ ଶ୍ରେଣୀର ।

27 ବର୍ଷ ବୟସ୍କ ଦେବୀନ୍ଦର ହେଲେ ବିହାରର ଆଜମଗଡ ଗ୍ରାମର ଯିଏ ଭାଗ୍ୟବାନ ଗ୍ରାହକ ଯୋଜନା ଅଧୀନରେ ଏକ ଲକ୍ଷ ଟଙ୍କାର ରାଶି ବିଜୟୀ ହୋଇଛନ୍ତି । ଏକ 12 ସଦସ୍ୟ ବିଶିଷ୍ଟ ପରିବାର ତଥା ଛଅ ପୁଅଙ୍କ ମଧ୍ୟରୁ ବଡ ସନ୍ତାନ ହୋଇଥିବାରୁ ତାଙ୍କୁ ଅନେକ ପ୍ରକାର କାରବାର କରିବାକୁ ପଡିଥାଏ । ଯାହାକି ସେ ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ଅତି ସହଜରେ କରିପାରୁଛନ୍ତି । ପୂର୍ବରୁ ଟଙ୍କା ଦେଣନେଣ ଲାଗି ସେ ନିଜ ଭାଇଙ୍କ ବ୍ୟାଙ୍କ ଆକାଉଂଟକୁ ବ୍ୟବହାର କରୁଥିଲେ । କିନ୍ତୁ ଖୁବ ଶୀଘ୍ର ସେ ନିଜର ଜମାଖାତା ଖୋଲିବାକୁ ଯାଉଛନ୍ତି ।

22 ବର୍ଷ ବୟସ୍କ ସୁନୀଲ ଚୌହ୍ୱାନ ମହାରାଷ୍ଟ୍ରର ପଚୱାଡା ଗ୍ରାମର ଜଣେ ଯୁବ ଚାଷୀ । ସ୍ଥାନୀୟ ବଜାରରେ ସେ କ୍ଷୀର ଓ ନିଜ ଜମିରୁ ଉତ୍ପାଦିତ ଦ୍ରବ୍ୟ ବିକି ଗୁଜରାଣ ମେଂଟାନ୍ତି । ଏବେ ସେ କହନ୍ତି, ଡିଜିଟାଲ ପେମେଂଟ ଆସି ମୋ ନିକଟରେ ପହଂଚିଥିବାରୁ ମୁଁ ବେଶ ଖୁସି । ପୂର୍ବରୁ ମଧ୍ୟସ୍ଥି ଓ ଦଲାଲ ଟଙ୍କା ବାଟମାରଣା କରୁଥିଲେ । କିନ୍ତୁ ଏବେ ସବୁ ରାଶି ସିଧାସଳଖ ମୋ ଜମାଖାତାରେ ପହଂଚୁଛି । ପୁଣି ମୁଁ ନିୟମିତ “ଆଲର୍ଟ” ବାର୍ତ୍ତା ପାଉଛି ବୋଲି କହନ୍ତି ସୁନୀଲ ।

40 ବର୍ଷର ନାହିଦ୍ ମାତ୍ର କେଇମାସ ତଳେ ତାଙ୍କ ଦୋକାନ ଖୋଲିଥିଲେ ଓ ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ମୂଲ୍ୟଦେୟର ସବୁ ବ୍ୟବସ୍ଥା କରିଥିଲେ । ଏବେ ସେ କହନ୍ତି ଯେ ତାଙ୍କ କାରବାରର 80%ରୁ ଅଧିକ ଡିଜିଟାଲ ପେମେଂଟ ମାଧ୍ୟମରେ ହୋଇଥାଏ । ଏହା କେବଳ ତାଙ୍କ ଖୁଚୁରା ଦେଣନେଣ ସମସ୍ୟାକୁ ସମାଧାନ କରିନାହିଁ ବରଂ ଅଧିକ ଆର୍ଥିକ ନିରାପତା ପ୍ରଦାନ କରିଛି । ସେ ଓ ତାଙ୍କ ଷ୍ଟୋରର 6ଜଣ ଯାକ କର୍ମଚାରୀ କ୍ରେତାମାନଙ୍କୁ ଡିଜିଟାଲ ବ୍ୟବସ୍ଥାର ସଦୁପଯୋଗ ପାଇଁ ପ୍ରୋତ୍ସାହନ କରିଥାନ୍ତି ।

ଦେଶରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଲୋକପ୍ରିୟ କରିବା ନିମନ୍ତେ 100 ଦିନ ମଧ୍ୟରେ ଦେଶର 100ଟି ନଗରୀରେ ଡିଜି ଧନ ମେଳାର ଆୟୋଜନ କରାଯାଉଛି । ମାର୍ଚ୍ଚ 30 ତାରିଖ ସୁଦ୍ଧା (90 ଦିନ ମଧ୍ୟରେ) ଏହି ମେଳା 26ଟି ରାଜ୍ୟ, 7ଟି କେନ୍ଦ୍ରଶାସିତ କ୍ଷେତ୍ରରେ ଆୟୋଜିତ ହୋଇସାରିଛି । ପ୍ରାୟ 5000 ଆର୍ଥିକ ଅନୁଷ୍ଠାନ 15 ଲକ୍ଷ ନାଗରିକଙ୍କ ନିକଟରେ ଏହି ମେଳା ମାଧ୍ୟମରେ ପହଂଚି ପାରିଛନ୍ତି । ପ୍ରାୟ 16,000 ସରକାରୀ ଓ ଘରୋଇ ଅନୁଷ୍ଠାନ ନିଜକୁ ନଗଦହୀନ ଘୋଷଣା କରିସାରିଛନ୍ତି । ଆସନ୍ତା ଏପ୍ରିଲ 14 ତାରିଖ ଦିନ ଏକ ମେଗା ଡ୍ର ସହ ଡିଜିମେଳାର 100 ଦିନ ସମ୍ପୂର୍ଣ୍ଣ ହେବ । ଏହି ମେଳା ଅନ୍ୟ ସ୍ଥାନ ସହ ଆଗାମୀ 10 ଦିନ ମଧ୍ୟରେ ଗ୍ୟାଙ୍ଗଟକ, ଇମ୍ଫାଲ, ହରିଦ୍ୱାର ନେଲ୍ଲୋରରେ ଆୟୋଜିତ ହେବ ।

ବିମୁଦ୍ରୀକରଣ ପରେ ୟୁପିଆଇ ମାଧ୍ୟମରେ ଏଭଳି ଡିଜିଟାଲ କାରବାରରେ 584 ପ୍ରତିଶତ ଅଭିବୃଦ୍ଧି ଘଟିଛି । ସେହିଭଳି ଆଧାର ଭିତିକ ପେମେଂଟରେ 1352 ପ୍ରତିଶତ ବୃଦ୍ଧି ହୋଇଛି । 2016 ଡିସେମ୍ବର 30 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୀମ ଆପ ଏବଂ ୟୁପିଆଇ ଆପ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏବଂ ଏବେ ସୁଦ୍ଧା ଏହାକୁ ଉପଭୋକ୍ତାମାନେ 18 ନିୟୁତ ଥର ଡାଉନଲୋଡ କରି ପାରିଛନ୍ତି । ଚଳିତ ବର୍ଷ ଡିଜିଟାଲ କାରବାର ମାତ୍ର 25 ବିଲିଅନରେ ପହଂଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର 8 ବିଲିଅନ ଟଙ୍କା କାରବାର ହୋଇଥିବା ଜଣାଯାଏ । ଡିଜିଟାଲ କାରବାର କଳାଟଙ୍କା କାରବାରକୁ ରୋକିବା ଦିଗରେ ଏକ ବଡ ବୋଲି ବିବେଚନା କରାଯାଏ ।