ଆଜିର ଜ୍ଞାନ ଅର୍ଥବ୍ୟବସ୍ଥା ଆଧାର ବିଦ୍ୟାଳୟ ଶିକ୍ଷା ସମାପ୍ତକାରୀଙ୍କ ଗୁଣାତ୍ମକ ଶିକ୍ଷା ଉପରେ ନିର୍ଭରଶୀଳ । ଆମେ ଏବେ ସିଦ୍ଧାନ୍ତ କରିଛୁ ଯେ ଶିକ୍ଷା ସଫଳତାର ଗୁଣାତ୍ମକ ମାନ ହାସଲ ସରକାରଙ୍କର ପ୍ରାଥମିକ ଉଦ୍ଦେଶ୍ୟ ହେବ । ତଦନୁସାରେ, ସର୍ବଶିକ୍ଷା ଅଭିଯାନର ଅର୍ଥର ଅଧିକ ଅଂଶ ଗୁଣାତ୍ମକ ଶିକ୍ଷା ପାଇଁ ଉଦ୍ଧିଷ୍ଟ ହେବ । ଶିକ୍ଷା ସଫଳତାର ଉନ୍ନତି ନିମନ୍ତେ ସ୍ଥାନୀୟ ଉଦ୍ୟମ ଓ ଅଭିନବତ୍ୱକୁ ପ୍ରୋତ୍ସାହନ ପ୍ରଦାନ ଲାଗି ଏହି ପାଣ୍ଠି ବିନିଯୋଗ କରାଯିବ ।