"ଆମେ ଅଧିକାଂଶ ସେକ୍ଟରକୁ ସ୍ଵୟଂକ୍ରିୟ ମଞ୍ଜୁରି ବ୍ୟବସ୍ଥାକୁ ବୀମାଭୁକ୍ତ କରିଛୁ ଓ ବିଦେଶୀ ପୁଞ୍ଜି ନିବେଶ ସକାଶେ ପ୍ରତିରକ୍ଷା ଓ ରେଳବାଇ କ୍ଷେତ୍ରକୁ ଉନ୍ନୁକ୍ତ କରିଛୁ । ଦୀର୍ଘଦିନରୁ ଆବଶ୍ୟକ କରୁଥିବା ବୀମା ଆଇନରେ ସଂସ୍କାର ମଧ୍ୟ ଅଣାଯାଇଛି । ତେଣୁ ଆମେରିକୀୟ ବୀମା କମ୍ପାନୀ ସହ ଅନେକ ବୀମା କମ୍ପାନୀ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ କରିଛନ୍ତି । '' ସହଜ ବ୍ୟବସାୟ ସୁବିଧା'' କ୍ଷେତ୍ରରେ ଆମେ ବହୁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛୁ । ତେଣୁ ବିଶ୍ଵ ରେଙ୍କିଙ୍ଗରେ ଏବେ ଆମର ମାନ୍ୟତା ବୃଦ୍ଧି ଘଟିବା ଆରମ୍ଭ କରିଛି । "