ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ଆମେ ଅନେକ ନିର୍ଣ୍ଣାୟକ ପଦକ୍ଷେପ ନେଇଛୁ । ଗୁରୁତ୍ଵପୂର୍ଣ୍ଣ ସମ୍ବଳର ବଣ୍ଟନ କ୍ଷେତ୍ରରେ ଥିବା ଅସାମଞ୍ଜସ୍ୟକୁ ହଟାଇ ଦେଇଛୁ । ଖଣି, ସେକ୍ଟ୍ରମ ଓ ଏଫଏମ ରେଡିଓ ଲାଇସେନ୍ସ ଆବଣ୍ଟନରେ ସ୍ଵଚ୍ଛ ନିଲାମ ବ୍ୟବସ୍ଥା ଆପଣେଇଛୁ । ଡିବିଟି ମାଧ୍ୟମରେ ଆମେ ବାଟମାରଣାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦେଇଛୁ ।