ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରେ ହେଉଥିବା ବାଟମାରଣାକୁ ଆମେ ବ୍ୟାପକ ଭାବେ ରୋକିପାରିଛୁ ଓ ଯେଉଁମାନଙ୍କ ଲାଗି ଏହି ଅର୍ଥ ଉଦ୍ଧିଷ୍ଟ ତାହା ଯେପରି ସେମାନଙ୍କ ନିକଟରେ ପହଞ୍ଚେ ତାହା ସୁନିଶ୍ଚିତ କରିପାରିଛୁ । ଟାଉଟରମାନଙ୍କ ପରିବର୍ତ୍ତେ ଜନସାଧାରଣଙ୍କ ନିମନ୍ତେ ଦୀର୍ଘସ୍ଥାୟୀ ସମ୍ପଦ ସୃଷ୍ଟି ମାଧ୍ୟମରେ ସୁଫଳ ପ୍ରଦାନ ଉପରେ ଆମେ ଗୁରୁତ୍ଵ ଆରୋପ କରୁଛୁ ।