ପେଟ୍ରୋଲିୟମ ସେକ୍ଟରରେ ବ୍ୟାପକ ସଂସ୍କାର ଅଣାଯାଇଛି । ନୂତନ ହାଇଡ୍ରୋକାର୍ବନ ଅନୁସନ୍ଧାନ ଲାଇସେନ୍ସ ପ୍ରଦାନ ନୀତି ଅନୁସାରେ ମୂଲ୍ୟାୟନ ଓ ବିତରଣ ଜନିତ ସ୍ଵାଧୀନତା ତଥା ଏକ ସ୍ଵଚ୍ଛ ରାଜସ୍ଵ-ବଂଟନ ବ୍ୟବସ୍ଥା ଅନୁସୃତ ହେବ । ଏହାଫଳରେ ବହୁସ୍ତରୀୟ ଅମଲାତାନ୍ତ୍ରିକ ନିୟନ୍ତ୍ରଣ ବ୍ୟବସ୍ଥାର ବିଲୋପ ଘଟିବ ।