ଭାରତର ପ୍ରତ୍ୟେକ କ୍ଷେତ୍ରର ପ୍ରଗତିରେ ମୁଁ ଆମେରିକାକୁ ଏକ ଅପରିହାର୍ଯ୍ୟ ଭାଗିଦାର ରୂପେ ଦେଖିପାରୁଛି । ଆପଣମାନଙ୍କ ମଧ୍ୟରୁ ଅନେକେ ବିଶ୍ଵାସ କରୁଥିବେ ଯେ, ଏକ ସଶକ୍ତ ଓ ସମୃଦ୍ଧ ଭାରତ ଆମେରିକାର ବିଶେଷ ସ୍ଵାର୍ଥ ଲାଗି ଉଦ୍ଦିଷ୍ଟ । ଏହି ସମାନ ଆଦର୍ଶକୁ ଦୁଇ ରାଷ୍ଟ୍ର ବାସ୍ତବିକ ସହଯୋଗରେ ପରିଣତ କରିବା ଲାଗି କାର୍ଯ୍ୟ କରିବ । ଏହି ବିଶେଷ ସମ୍ବନ୍ଧକୂ ଆଗେଇ ନେବାରେ ଦୁଇ ରାଷ୍ଟ୍ରକୁ ବିପୁଳ ଲାଭ ମିଳିବ - ଏଥିରେ ସନ୍ଦେହର ଅବକାଶ ନାହିଁ ।