ଭାରତ-ଆମେରିକା ସମ୍ପର୍କର ଏକ ବିଶେଷତ୍ଵ ହେଲା ଆମେରିକା ଅର୍ଥ ବ୍ୟବସ୍ଥାରେ ଭାରତ-ଆମେରିକା ଗୋଷ୍ଠୀ ଗ୍ରହଣ କରିଥିବା ଗୁରୁତ୍ଵପୂର୍ଣ୍ଣ ଭୂମିକା । ଏକ ବିରଳ ଉଦାହରଣ ଯେ ଗୋଟିଏ ଦେଶରୁ ଯାଇଥିବା ନାଗରିକ ଯେଉଁମାନେକି ଅନ୍ୟ ରାଷ୍ଟ୍ରରେ ପ୍ରବାସୀ ଭାବେ ପରିଚିତ, ସେମାନେ ଉଭୟ ରାଷ୍ଟ୍ରରେ ଏପରି ସମ୍ମାନ ଓ ଶ୍ରଦ୍ଧାର ଅଧିକାରୀ ହୋଇଛନ୍ତି । ଆମର ଦ୍ଵିପାକ୍ଷିକ ଆର୍ଥିକ ଓ ସାଂସ୍କୃତିକ ବନ୍ଧନରେ ଭାରତୀୟ-ଆମେରିକୀୟମାନେ ହେଲେ ମହାନ ସଂଯୋଗକାରୀ ଶକ୍ତି ।