ଭାରତ ଏବେ ବ୍ୟାପକ ସଂସ୍କାରମୂଳକ ପରିବର୍ତ୍ତନ ଦେଇ ଗତି କରୁଛି । ଆମେ ଏବେ ବିଶ୍ଵର ଦ୍ରୁତତମ ଆର୍ଥିକ ପ୍ରଗତିଶୀଳ ରାଷ୍ଟ୍ରରେ ପରିଣତ ହୋଇଛୁ । ଆମେ ଚାହୁଁ ଭାରତୀୟ ଅର୍ଥ ବ୍ୟବସ୍ଥା, ସ୍ମାର୍ଟ ଓ ଦୀର୍ଘସ୍ଥାୟୀ ସହର, ବିଶାଳ କୃଷି କ୍ଷେତ୍ର, ଉଜ୍ଜ୍ଵଳ ବିନିର୍ମାଣ ଏବଂ ସଦା ଚଞ୍ଚଳ ସେବା ସେକ୍ଟର ଦ୍ଵାରା ପରିଚାଳିତ ହେଉ ଏବଂ ଏହାର ଇଞ୍ଜିନ ବିଶ୍ଵସ୍ତରୀୟ ରେଳ, ସଡକ, ବିମାନ ବନ୍ଦର ଓ ଡିଜିଟାଲ ସଂଯୋଗୀକରଣ ଭିତ୍ତିଭୂମି ସହାୟତାରେ ଆଗକୁ ଗତି କରୁ ।