ଭାରତ ସମ୍ଭାବନାରେ ପରିପୂର୍ଣ୍ଣ ଏକ ଦେଶ ଏବଂ ଏବେ ଏହା ସାମର୍ଥ୍ୟ ଭରା ନୀତି ବାତାବରଣର କ୍ଷେତ୍ରରେ ପରିଣତ ହୋଇଛି । ଏହା ୧୨୫ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ରାଷ୍ଟ୍ର । ଯେଉଁଥିରେ ୮୦୦ ନିୟୁତ ଯୁବଶକ୍ତିଙ୍କ ଅସମ୍ଭବ ସମ୍ପଦ ଭରି ରହିଛି । ଯେତେବେଳେ ବିଶ୍ଵ ଅର୍ଥବ୍ୟବସ୍ଥାର ସ୍ଥିତି ଦୁର୍ବଳ ସେତେବେଳେ ସାରା ବିଶ୍ଵ ଏକ ସ୍ଵରରେ କହୁଛି ଯେ ଆମ କ୍ଷେତ୍ର ଓ ସମଗ୍ର ବିଶ୍ଵରେ ଭାରତ ହେଉଛି ଉଜ୍ଵଳତମ ବିନ୍ଦୁ ।