ମାର୍କିନ ବ୍ୟବସାୟ ଏବେ ଆର୍ଥିକ ଅଭିବୃଦ୍ଧିର ନୂଆ କ୍ଷେତ୍ର, ସେମାନଙ୍କ ସାମଗ୍ରିକ ପାଇଁ ବଜାର, ଦକ୍ଷତା ସମ୍ବଳର ଭଣ୍ଡାର ଏବଂ ସାମଗ୍ରୀ ଉତ୍ପାଦନ ତଥା ବିନିର୍ମାଣ ପାଇଁ ବୈଶ୍ଵିକ ସ୍ଥାନର ସନ୍ଧାନରେ ଥିବାରୁ ଭାରତ ସେମାନଙ୍କ ପାଇଁ ଏକ ଆଦର୍ଶ ଭାଗିଦାର ହୋଇପାରିବ । ଭାରତର ସୁଦୃଢ ଅର୍ଥ ବ୍ୟବସ୍ଥା ଏବଂ ବାର୍ଷିକ 7.6 ପ୍ରତିଶତର ଅଭିବୃଦ୍ଧି ହାର ଦୁଇ ସହଭାଗୀ ରାଷ୍ଟ୍ରର ସମୃଦ୍ଧି ପାଇଁ ନୂତନ ସୁଯୋଗ ଆଣିଦେଇଛି ।