ମୁଁ କଣ କରିବି - ତାର ତାଲିକା ଦୀର୍ଘ ଏବଂ ମହତ୍ଵାକାଂକ୍ଷୀ । ଏଥିମଧ୍ୟରେ ରହିଛି ଉତ୍ତମ କୃଷି ଅଭିବୃଦ୍ଧି ସହ ଏକ ଉଜ୍ଜ୍ଵଳ ଗ୍ରାମ୍ୟ ଅର୍ଥ ବ୍ୟବସ୍ଥା, ସମସ୍ତଙ୍କ ପାଇଁ ଘର, ସବୁ ଘରକୁ ବିଜୁଳି, ଆମର ବିଶାଳ ଯୁବଗୋଷ୍ଠୀକୁ ଦକ୍ଷ କରି ଗଢିବା, ଶହେ ସ୍ମାର୍ଟ ନଗରୀର ନିର୍ମାଣ, ଶହେ କୋଟି ଲୋକଙ୍କ ପାଇଁ ବ୍ରୋଡବେଣ୍ଡ ସୁବିଧା, ଆମ ଗାଁ ମାନଙ୍କୁ ଡିଜିଟାଳ ବିଶ୍ଵ ସହ ସଂଯୋଗ ଏବଂ ଏକବିଂଶ ଶତାବ୍ଦୀକୁ ସୁହାଇବା ଭଳି ରେଳ,ସଡକ ଏବଂ ବନ୍ଦର ଭିତ୍ତିଭୂମି । ଏହା କେବଳ ଆମର ଉଚ୍ଚାଭିଳାଷ ନୁହଁ; ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏ ସବୁ ଲକ୍ଷ୍ୟ ହାସଲ କରିବାକୁ ପଡିବ ଯେଉଁଠିକି ଅକ୍ଷୟ ଶକ୍ତି ଉପରେ ଗୁରୁତ୍ଵ ରହିଥିବ ଏବଂ ଅଙ୍ଗାରକାମ୍ଳ ଉତ୍ସର୍ଜନର ସର୍ବନିମ୍ନ ପଦପାତ ନଜରକୁ ଆସୁଥିବ ।