ମୋର ବିକାଶ ମନ୍ତ୍ର ହେଲା – ସବକା ସାଥ, ସବକା ବିକାଶ । ଏହାର ଅର୍ଥ ହେଲା ସମସ୍ତଙ୍କ ପାଇଁ ଖାଦ୍ୟ, ସବୁ ଶିଶୁଙ୍କ ପାଇଁ ବିଦ୍ୟାଳୟ, ପ୍ରତ୍ୟେକଙ୍କ ପାଇଁ ନିଯୁକ୍ତି ସୁଯୋଗ ଏବଂ ପ୍ରତ୍ୟେକ ପରିବାର ପାଇଁ ଶୌଚାଳୟ ଓ ବିଜୁଳି ସଂଯୋଗ ସହ ଏକ ବାସଗୃହ । କେବଳ ଏକତା ଦ୍ୱାରା ଏହା ହାସଲ କରାଯାଇପାରିବ । ଏକତା ଆମକୁ ବଳ ଯୋଗାଏ । ବିଭାଜନ ଆମକୁ ଦୁର୍ବଳ କରେ ।