ଶ୍ରମ ବଜାର ଏବଂ ବେକାରମାନଙ୍କ କଲ୍ୟାଣ ନିମନ୍ତେ ମୁଁ ଆଉ ଏକ ବ୍ୟବସ୍ଥା ଘୋଷଣା କରୁଛି । ସରକାର ଏବଂ ସରକାରୀ ଉଦ୍ୟୋଗମାନେ ଅନେକ ଗୁଡିଏ ଚାକିରି ଚୟନ ପରୀକ୍ଷା କରାଇଥାନ୍ତି । ଏ ପର୍ଯ୍ୟନ୍ତ ସରକାର ଏହି ସବୁ ପରୀକ୍ଷାର ଫଳାଫଳକୁ ନିଜ ନିକଟରେ ରଖି ଆସୁଥିଲେ । ଏବେଠାରୁ ସମସ୍ତ ନିଯୋକ୍ତାଙ୍କ ଲାଗି ଆମେ ସେହି ଫଳାଫଳ ଓ ପ୍ରାର୍ଥୀମାନଙ୍କ ସୂଚନା ଉପଲବ୍ଧ କରାଇବୁ । ଏହା ଦ୍ଵାରା ଶ୍ରମ ଉଦବୃତ କ୍ଷେତ୍ରରୁ ଅନ୍ୟ କ୍ଷେତ୍ରରେ ଚାକିରୀ ପାଇଁ ଉତ୍ତମ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସୁଗମ ହୋଇପାରିବ ।