ଷ୍ଟାଟ ଅପ ହେଲା ଦ୍ରୁତ ବିକାଶ ଧାରାର ଇଞ୍ଜିନ, ଯାହା ଅଭିନବ ଶକ୍ତିର ଉପଯୁକ୍ତ ପ୍ରଦର୍ଶକ । ଆଜିର ଅନେକ ସଫଳ କମ୍ପାନୀ ଗତକାଲିର ଷ୍ଟାର୍ଟ ଅପ ଥିଲେ । ସେମାନେ ଔଦ୍ୟୋଗିକ ମାନସିକତା ଏବଂ ଦୁଃସାହସିକତା ମଧ୍ୟରୁ ଜନ୍ମଲାଭ କରିଛନ୍ତି । ପୁଣି କଠିନ ଶ୍ରମ ଏବଂ ଅଧ୍ୟବ୍ୟସାୟ ଏହାକୁ ବଞ୍ଚାଇ ରଖିବାରେ ସହାୟକ ହୋଇଛି । ସେଇଥିପାଇଁ ଆଜି ସେମାନେ ଅଭିନବତ୍ଵର ଆଲୋକବର୍ତ୍ତିକା ଭାବେ ଉଜ୍ଵଳ ନକ୍ଷତ୍ରରେ ପରିଣତ ହୋଇପାରିଛନ୍ତି ।