ସଂସଦ ହେଲା ଆଲୋଚନାର ପୀଠ । ସଂସଦରେ ବିରୋଧାଭାଷ ପ୍ରଦର୍ଶନ କରାଯାଇପାରିବ । ଜଣେ ସଦସ୍ୟ ତାଙ୍କର ବିରୋଧାଭାଷର ଯୁକ୍ତି ସଂସଦରେ ଉପସ୍ଥାପନ କରିପାରିବେ, ଯେତେବେଳେ ସେମାନେ ସମର୍ଥନ କରିବେ ତାର ଯୁକ୍ତି ବି ଥୋଇପାରିବେ । ସଂସଦର ଏହି ମୌଳିକ ଭାବନାକୁ କାଏମ ରଖିବା ଗଣତନ୍ତ୍ରରେ ବିଶ୍ଵାସୀ ପ୍ରତ୍ୟେକ ନାଗରିକଙ୍କ ପରମ କର୍ତ୍ତବ୍ୟ । ସଂସଦ ଭିତରେ ଯେଉଁମାନେ ଅଛନ୍ତି ଓ ସଂସଦ ବାହାରେ ଯେଉଁମାନେ ରହିଛନ୍ତି, ଉଭୟଙ୍କର ଏହା ଦାୟିତ୍ଵ । ଯେଉଁମାନେ କ୍ଷମତାରେ ଅଛନ୍ତି ଓ ଯେଉଁମାନେ କ୍ଷମତା ବାହାରେ ଅଛନ୍ତି ସେମାନଙ୍କର ବି ଏହା କର୍ତ୍ତବ୍ୟ । ଏଭଳି ଭାବନାକୁ କାୟ-ମନୋ-ବାକ୍ୟରେ କାର୍ଯ୍ୟକାରୀ କରାଯିବା ଉଚିତ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ଟାଇମ୍ସ ନାଓ” କୁ ଦେଇଥିବା ମନ୍ତବ୍ୟ