“ପ୍ୟାରିସ୍ ଅଲିମ୍ପିକ୍ସର କିଛି ମାସ ପୂର୍ବରୁ ଆଥଲେଟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଚିଠି ପାଇଥିଲେ, ଯାହା ଆମକୁ ଯେକୌଣସି ପ୍ରକାରର ଆବଶ୍ୟକତା ପାଇଁ ଆଗେଇ ଆସିବାକୁ ଉତ୍ସାହିତ କରିଥିଲା, ଯାହା ଆମ ମନୋବଳକୁ ବଢ଼ାଇଥିଲା।”
"ଆଥଲେଟମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏକ ନିଆରା ଉପାୟ ଥିଲା। ପ୍ରଧାନମନ୍ତ୍ରୀ ଏଭଳି ପ୍ରଶ୍ନ ପଚାରିଥିଲେ ଯେ, ଆପଣମାନଙ୍କ ମଧ୍ୟରୁ କିଏ ସବୁଠାରୁ ସାନ? ଆପଣମାନଙ୍କ ମଧ୍ୟରୁ କେତେ ଜଣ ପ୍ରଥମ ଥର ପାଇଁ ଅଲିମ୍ପିଆନ୍ ହୋଇଥିଲେ? ଏଠାରେ କିଏ 2 କିମ୍ବା 3ଟି ଅଲିମ୍ପିକ୍ସର ଅଭିଜ୍ଞତା ରଖିଛି? ସେ ଚାହୁଁଥିଲେ କି ଅଭିଜ୍ଞ ଖେଳାଳିମାନେ କନିଷ୍ଠଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିବେ। କୋଠରୀ ଟି ଏକ ନୂଆ ଉତ୍ସାହରେ ଭରି ଯାଇଥିଲା ।”