ଅବଦୁଲ୍ଲା ସହିଦ, ୟୁଏନଜିଏର ପୂର୍ବତନ ଅଧ୍ୟକ୍ଷ
ଐତିହାସିକ ତୃତୀୟ ଥର ପାଇଁ ପୁନଃ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କୁ ଅଭିନନ୍ଦନ। ଆପଣଙ୍କ ନେତୃତ୍ୱରେ ଭାରତ ମାଳଦ୍ୱୀପ ଏବଂ ଏହି ଅଞ୍ଚଳ ସହିତ ନିଜର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଆସିଛି । ମୋର ବିଶ୍ୱାସ ଯେ ଏହି ସଫଳତାଗୁଡିକୁ ଆହୁରି ଉନ୍ନତ କରିବା ପାଇଁ ଆପଣ ଅଧିକ ସହଯୋଗ ଦିଗରେ କାର୍ଯ୍ୟ କରିବେ । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ପ୍ରକ୍ରିୟା ଶେଷ ହେବାକୁ ଯାଉଥିବା ବେଳେ ଗଣତନ୍ତ୍ର ପ୍ରତି ଭାରତର ଜନସାଧାରଣ ଏବଂ ଅନୁଷ୍ଠାନର ଦୃଢ଼ତା ଏବଂ ପ୍ରତିବଦ୍ଧତାକୁ ମଧ୍ୟ ମୁଁ ପ୍ରଶଂସା କରୁଛି ।