ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏହି ଦେଶରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବରୁ ଭୋଟକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣ କରାଯାଉଥିଲା। ନୀତି ନିର୍ଦ୍ଧାରଣ ସମୟରେ ସରକାରର ପ୍ରାଥମିକତା ଥିଲା ଯେ ସେମାନେ ପୁନର୍ବାର ନିର୍ବାଚିତ ହୁଅନ୍ତୁ । ଏହି ସରକାରର ନୀତି କେବେ ବି ସେହି କଥାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇନଥିଲା। ନରେନ୍ଦ୍ର ମୋଦୀ ସସରକାରଙ୍କ ନୀତି କେବେ ବି ସେମାନଙ୍କ ଭଳି ଲୋକଙ୍କୁ ପାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇନାହିଁ । ବରଂ ଉଦ୍ଦେଶ୍ୟ ସବୁବେଳେ ଏହା ଯେ, ଏହା ଲୋକଙ୍କ ପାଇଁ ମଙ୍ଗଳମୟ ହେଉ।