ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ, ଅଧ୍ୟକ୍ଷ, ଭାରତୀୟ ଷ୍ଟେଟ ବ୍ୟାଙ୍କ
ଜିଏସଟି ଏକ ଅସାଧାରଣ ସଂସ୍କାର । ଯେପରି ସମ୍ମାନନୀୟ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା କେବଳ ଏକ ଆର୍ଥିକ ସଂସ୍କାର ନୁହେଁ, ଏହା ଏକ ସାମାଜିକ ସଂସ୍କାର ମଧ୍ୟ ଏବଂ ଆମେ ଏ କ୍ଷେତ୍ରରେ ଅନେକ ସମ୍ଭାବନା ଦେଖିପାରୁଛୁ ଏବଂ ଆଶା କରୁ ଯେ ଏହା ଦେଶରେ ହୋଇଥିବା ଅସାଧାରଣ ସଂସ୍କାର ମଧ୍ୟରୁ ଗୋଟିଏ । ଆମେ ବିଶ୍ୱାସ କରୁ ଯେ ଲମ୍ବା ଅବଧି ନୁହେଁ ମଧ୍ୟମ ଅବଧିରେ ମଧ୍ୟ ଏହାର ସୁଫଳ ମିଳିପାରିବ । ମଧ୍ୟମ  ଅବଧିରେ ଏହା ଟିକସ ଦର ହ୍ରାସ କରିବ ଏବଂ ବ୍ୟବସ୍ଥାରେ ଅଧିକ ଉତ୍ପାଦକତା ଏବଂ ଦକ୍ଷତା ଆଣିବ  ।