ଅର୍ଣ୍ଣବ ଗୋସ୍ୱାମୀ
“ଉପସ୍ଥାପକ ଭାବେ ମୁଁ ପେଷାଦାର ଜୀବନର ପ୍ରଥମ ବଡ଼ ସୁଯୋଗ ସେତେବେଳେ ପାଇଥିଲି ଯେତେବେଳେ ମୁଁ ସେ ସମୟର ସବୁଠୁ ଲୋକପ୍ରିୟ ଶୋ’ ବିଗ୍-ଫାଇଟ୍ ର ଗୋଟିଏ ଅଧ୍ୟାୟ ଉପସ୍ଥାପନାର ଦାୟିତ୍ୱ ମିଳିଲା । ବିଷୟ ଥିଲା କାଶ୍ମୀର । ମୁଁ ଶ୍ରୀ ମୋଦୀଙ୍କୁ କଲ୍ କରି ତାଙ୍କୁ ଏଥିରେ ଯୋଗ ଦେବା ପାଇଁ ଅନୁରୋଧ କଲି । କାଶ୍ମୀର ପ୍ରସଙ୍ଗରେ ସେହି ଅଧ୍ୟାୟରେ ତିନି ଜଣ ଅଂଶଗ୍ରହଣକାରୀ ଥିଲେ । ହୁରିୟାତ୍ ର ମୀରୱାଜ୍ ଉମର ଫାରୁକ୍, ବିଶିଷ୍ଟ କୁଟନୀତିଜ୍ଞ ଜି.ପାର୍ଥସାରଥି ଏବଂ ଶ୍ରୀ ନରେନ୍ଦ୍ର ମୋଦୀ ଯେ’କି ତତ୍କାଳୀନ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ପ୍ରତିନିଧିତ୍ୱ କରୁଥିଲେ । ଯେ ସ୍ପଷ୍ଟତାର ସହିତ ହୁରିୟାତ୍ ପକ୍ଷକୁ ଶ୍ରୀ ମୋଦୀ ଜବାବ୍ ଦେଇଥିଲେ ତାହା ଚମତ୍କାର ଥିଲା । ସେହି ନିର୍ଦ୍ଦିଷ୍ଟ ଅଧ୍ୟାୟ ପାଇଁ ମୋତେ ବହୁତ ପ୍ରଶଂସା ମିଳିଥିଲା ଏବଂ ନିକଟରେ ବିମାନରେ ମୁମ୍ବାଇରୁ ଦିଲ୍ଲୀ ଯାତ୍ରା କରିବା ସମୟରେ ଶ୍ରୀ ପାର୍ଥସାରଥୀ ଏବଂ ମୁଁ ଏହି ଅଧ୍ୟାୟ କଥା ମନେ ପକାଇ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଶ୍ରୀ ମୋଦୀଙ୍କ ଗଭୀର ପ୍ରତିଫଳନ ଏବଂ ଯୁକ୍ତି ବିଷୟରେ ଆଲୋଚନା କରିଥିଲୁ ।”