ଆନନ୍ଦ ମହିନ୍ଦ୍ରା, ଅଧ୍ୟକ୍ଷ, ମହିନ୍ଦ୍ରା ଗ୍ରୁପ୍
ଜି-20 ଶିଖର ସମ୍ମିଳନୀରେ ମିଳିତ ଘୋଷଣାନାମା ଉପରେ ସହମତିରେ ପହଞ୍ଚିବା ଭାରତୀୟ କୂଟନୀତିର ବିଜୟ ଭାବେ ଯଥେଷ୍ଟ ହୋଇଥାନ୍ତା। ଏହି ବିକାଶ ହୁଏତ ସେତେଟା ଦୃଷ୍ଟି ଆକର୍ଷଣ କରିନଥାଇପାରେ, କିନ୍ତୁ ଏହା ଏକ କ୍ଲାସିକ୍ କୂଟନୈତିକ ଚେସ୍ ପଦକ୍ଷେପଠାରୁ କମ୍ ନୁହେଁ । ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ଜରିଆରେ ଚୀନ୍ ଭୂ-ରାଜନୈତିକ ନେତୃତ୍ୱର ଅକ୍ଷକୁ ବଦଳାଇବାକୁ ଆଶା ରଖିଛି। ଭାରତ ମଧ୍ୟପ୍ରାଚ୍ୟ-ୟୁରୋପ କରିଡରରେ ଆଗକୁ ବଢ଼ୁଥିବା ବେଳେ ଏହି ଅଭିଳାଷ ଏବେ ନିଷ୍କ୍ରିୟ ରହିପାରେ!