ଆନନ୍ଦ ମହିନ୍ଦ୍ରା, ଅଧ୍ୟକ୍ଷ, ମହିନ୍ଦ୍ରା ଗ୍ରୁପ୍
ଜିଡିପିରେ ଆମର ଅଭିବୃଦ୍ଧି ଦୃଷ୍ଟିରୁ ଆମେ ବିଶ୍ୱର ଈର୍ଷା। ଆମଭବିଷ୍ୟତ ଉପରେ ଆମର ବିଶ୍ୱାସ କାରଣରୁ ଆମେ ବିଶ୍ୱର ପସନ୍ଦର ପୁଞ୍ଜି ନିବେଶ ସ୍ଥାନ। କିନ୍ତୁ ଆମ ପାଇଁ ଆଗକୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଏହି ଅଭିବୃଦ୍ଧି ସହିତ ନିଯୁକ୍ତି ସୃଷ୍ଟି ସୁନିଶ୍ଚିତ କରିବା । ତେଣୁ ମୋ ପାଇଁ ଗତ କାଲି ବଜେଟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଥିଲା ସରକାର ଏହାକୁ ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମିଶନ ଭାବେ ସ୍ୱୀକୃତି ଦେଉଥିବାର ଦୃଢ଼ ପ୍ରମାଣ । ଏବଂ ଯୁବକମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ଦକ୍ଷତା ନିଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ।