ଅଭିବୃଦ୍ଧି, ସ୍ଥାୟୀତା ଏବଂ ବୈଷୟିକ ଉଦ୍ଭାବନ କ୍ଷେତ୍ରରେ ସାହସିକ ଓ ଅନ୍ତର୍ଭୁକ୍ତ ଆଭିମୁଖ୍ୟ ଦ୍ୱାରା ପରିଚାଳିତ ଭାରତ ଆଜି ବିଶ୍ୱ ପ୍ରଗତିର ନେତୃତ୍ୱ ନେଉଛି । ଆପଣ (ପ୍ରଧାନମନ୍ତ୍ରୀ ମୋଦୀ) ଗତିଶୀଳ ନେତୃତ୍ୱରେ ଭାରତ ଗ୍ଲୋବାଲ ସାଉଥ ପାଇଁ ଏକ ଶକ୍ତିଶାଳୀ ଓକିଲ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଏକ ଶକ୍ତିଶାଳୀ ସ୍ୱର ଭାବରେ ଉଭା ହୋଇଛି । 2023 ରେ ଜି-20 ଶିଖର ସମ୍ମିଳନୀର ସଫଳ ଆୟୋଜନ ଏବଂ ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ଆଗାମୀ ଗ୍ଲୋବାଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଶିଖର ସମ୍ମିଳନୀ ଏହି ବିଶ୍ୱ ନେତୃତ୍ୱର ଜ୍ୱଳନ୍ତ ଉଦାହରଣ ।