“ଦିନକୁ 18 ଘଣ୍ଟା କାର୍ଯ୍ୟ କରିବା ସତ୍ତ୍ୱେ ଯେତେବେଳେ ମୋଦୀ କାହାକୁ ସମୟ ଦିଅନ୍ତି, ତାହା ମୂଲ୍ୟବାନ ସମୟ ହୋଇଥାଏ, ଏବଂ ଆପଣ କହୁଥିବା ପ୍ରତିଟି ଶବ୍ଦ ସେ ଧ୍ୟାନର ସହ ଶୁଣିଥାନ୍ତି । ବ୍ୟସ୍ତ ଥିବା ଲୋକମାନଙ୍କ ଭଳି ସେ ମୋବାଇଲ ଫୋନକୁ ଦେଖନ୍ତି ନାହିଁ କିମ୍ବା ଟିପାଟିପି କରନ୍ତି ନାହିଁ । ଯଦି ସେ ଆପଣଙ୍କୁ 5 ମିନିଟ୍ ସମୟ ଦେଇଛନ୍ତି, ସେହି 5ମିନିଟ୍ ପ୍ରତ୍ୟେକଟି ସେକେଣ୍ଡ ଆପଣଙ୍କ ପାଇଁ ଥାଏ, ତାଙ୍କ ପାଇଁ ନୁହେଁ ।”