ଇଆନ୍ ବ୍ରେମ୍ମର, ସଭାପତି, ୟୁରେସିଆ ଗ୍ରୁପ୍
ଆପଣମାନେ ଏପରି ଜଣେ ପ୍ରଧାନମନ୍ତ୍ରୀ ପାଇଛନ୍ତି ଯିଏକି ସ୍ୱଚ୍ଛ ଏବଂ ଦକ୍ଷ ହୋଇଥିବାରୁ ବିପୁଳ ଲୋକପ୍ରିୟତା ହାସଲ କରିଛନ୍ତି  । ସେ ବାସ୍ତବରେ ସଚ୍ଚୋଟ । 100 କୋଟିରୁ ଉର୍ଦ୍ଧ୍ଵ ଲୋକ ରହୁଥିବା ରାଷ୍ଟ୍ରରେ ଆପଣମାନେ ଶେଷରେ ଏପରି ଜଣେ ନେତା ପାଇଛନ୍ତି ଯେ’କି ନିଜପାଇଁ କିଛି ଅର୍ଥ ନେଉନାହାନ୍ତି ଏବଂ ତାଙ୍କ ଚାରିପାଖରେ ଥିବା ଲୋକମାନେ ଯେପରି ଅର୍ଥ ଗ୍ରହଣ ନକରିବେ ତାହା ସୁନିଶ୍ଚିତ କରୁଛନ୍ତି  । ତାଙ୍କର ନୀତି, ମହତ୍ୱପୂର୍ଣ୍ଣ ଏବଂ ପ୍ରାଥମିକ ଭାବେ, ଭାରତର ଜାତୀୟ ସମ୍ବଳ ଏବଂ ସମ୍ପତ୍ତି ସେହିମାନଙ୍କ ନିକଟରେ ପହଂଚାଇବା ଦିଗରେ ଉଦ୍ଦିଷ୍ଟ ଯେଉଁମାନେ ଏହାର ଆବଶ୍ୟକତା ଲୋଡ଼ୁଛନ୍ତି ଏବଂ ଅମଲାତନ୍ତ୍ରରେ ଥିବା ଦୁର୍ନୀତି ସ୍ତର ହ୍ରାସ କରିବା ଉପରେ ଆଧାରିତ । ତାଙ୍କ ନିକଟରେ ଯଥେଷ୍ଟ ରାଜନୈତିକ ପୁଞ୍ଜି ରହିଛି ଯାହାକି ତାଙ୍କୁ ଭିତ୍ତିଭୂମି ନିର୍ମାଣ କରିବା ଏବଂ ଜାତୀୟ ବସ୍ତୁ ଏବଂ ସେବା ଟିକସ କାର୍ଯ୍ୟକାରୀ କରିବା ଏବଂ ଭାରତୀୟ ବ୍ୟବସ୍ଥାରେ ବ୍ୟାପକ ଅଭିବୃଦ୍ଧି ଆଣିବା ଲାଗି ସଂସ୍କାରମୂଳକ ପଦକ୍ଷେପ ନେବାରେ ସହାୟକ ହେଉଛି  ।