ଋଷବ ସେଟ୍ଟୀ, କନ୍ନଡ ଫିଲ୍ମ ଅଭିନେତା
ଏହା ଏକ ସ୍ୱପ୍ନ ସାକାର ହେବା ଭଳି... ମୁଁ ପ୍ରଧାନମନ୍ତ୍ରୀଙ୍କୁ 'ମହାନ ନାୟକ' ବୋଲି ଭାବୁଛି ଏବଂ ତାଙ୍କୁ ଭେଟିବା ଏକ ଆନନ୍ଦର ବିଷୟ। କନ୍ନଡ ଇଣ୍ଡଷ୍ଟ୍ରିରେ କ'ଣ ସବୁ ଚାଲିଛି ଏବଂ ଆମକୁ କ'ଣ ସବୁ ସହଯୋଗର ଆବଶ୍ୟକତା ରହିଛି ସେ ବିଷୟରେ ସେ ପଚାରି ବୁଝିଥିଲେ। ଆଗକୁ ଆମେ କ'ଣ କରିପାରିବା ସେ ମଧ୍ୟ ଆମକୁ ମାର୍ଗଦର୍ଶନ କରିଥିଲେ। ସେ ମଧ୍ୟ ଆମ କଥା ଶୁଣି କାନ୍ତରା ବିଷୟରେ ଆଲୋଚନା କରିଥିଲେ ଏବଂ ସାରା ବିଶ୍ୱରେ ଏହାର ସଫଳତା ପାଇଁ ଆମକୁ ଅଭିନନ୍ଦନ ଜଣାଇଥିଲେ। ସେ ଅନେକ ଥର କାନ୍ତରା ବିଷୟରେ କହିଥିଲେ ଯାହା ମୋତେ ବହୁତ ଖୁସି ଦେଇଥିଲା।