“ପୂର୍ବ ପ୍ରଧାନମନ୍ତ୍ରୀମାନଙ୍କ ଠାରୁ ଭିନ୍ନ ନରେନ୍ଦ୍ର ମୋଦୀ ଭାରତ ଏବଂ ଏହାର ଲୋକମାନଙ୍କ ତୃଣମୂଳସ୍ତରର ଆବଶ୍ୟକତା ବିଷୟରେ ଭଲ ଭାବେ ପରିଚିତ ଅଛନ୍ତି । ତାଙ୍କର ବ୍ୟକ୍ତିଗତ ପୃଷ୍ଠଭୂମି, ପ୍ରାରମ୍ଭିକ ଜୀବନକାଳରେ ତାଙ୍କର ଭାରତ ପରିଭ୍ରମଣ, ତାଙ୍କ ରାଜନୈତିକ ଉତ୍ଥାନ, ଉତ୍ତରାଧିକାର ଆଧାରିତ ନୁହେଁ ବରଂ ପ୍ରଦର୍ଶନ ଆଧାରିତ, ଭାରତର ସବୁଠୁ ଉଜ୍ଜ୍ୱଳତମ ରାଜ୍ୟର ରାଜନୈତିକ ମୁଖ୍ୟ ଭାବେ ସେ ହାସଲ କରିଥିବା ଅଭିଜ୍ଞତା ତାଙ୍କୁ ଆମ ଦେଶ ଭଳି ବିଶାଳ ଏବଂ ଜଟିଳ ରାଷ୍ଟ୍ରର ନେତୃତ୍ୱ ନେବା ଲାଗି ଆବଶ୍ୟକ ବୌଦ୍ଧିକ, ରାଜନୈତିକ ଏବଂ ପ୍ରଶାସନିକ ଦକ୍ଷତା ପ୍ରଦାନ କରିଛି । ସେ ଆରମ୍ଭ କରିଥିବା ସଂଖ୍ୟାଧିକ ଜାତୀୟ ଅଭିଯାନ, ତାଙ୍କର ଅତୁଳନୀୟ ପ୍ରଭାବୀ ଦକ୍ଷତାର ସହିତ, ତାଙ୍କ ଗଭୀର ଅଭିଜ୍ଞତାର ଫଳ ।”