ପ୍ରଧାନମନ୍ତ୍ରୀ ମୋଦୀ, ଆପଣ ଜଣେ ପରିବର୍ତ୍ତନଶୀଳ ଶକ୍ତି ଯିଏ ଭାରତର ଶାସନକୁ ସଂଶୋଧିତ କରିଛନ୍ତି ଏବଂ ଆପଣଙ୍କ ଦେଶକୁ ଏକ ପ୍ରମୁଖ ଏବଂ ପ୍ରଭାବଶାଳୀ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ କରିଛନ୍ତି । ନିଜର ଦୂରଦୃଷ୍ଟି ଓ ଭବିଷ୍ୟତଭିତ୍ତିକ ପଦକ୍ଷେପ ମାଧ୍ୟମରେ ଆପଣ ଭାରତୀୟ ଅର୍ଥନୀତିର ଆଧୁନିକୀକରଣ କରିଛନ୍ତି । ଆପଣ ଏକ ବିଲିୟନରୁ ଅଧିକ ନାଗରିକଙ୍କୁ ସଶକ୍ତ କରିଛନ୍ତି ଏବଂ ସର୍ବୋପରି, ଆପଣ ସମଗ୍ର ବିଶ୍ୱରେ ଥିବା ସମସ୍ତ ଭାରତୀୟଙ୍କ ହୃଦୟରେ ଗର୍ବ ସୃଷ୍ଟି କରିଛନ୍ତି ।