କିରଣ ମଜୁମଦାର ସ’
“ପ୍ରଯୁକ୍ତି ଏବଂ ନବସୃଜନ ପ୍ରତି ଆପଣଙ୍କର (ପ୍ରଧାନମନ୍ତ୍ରୀ ମୋଦୀଙ୍କର) ଦୃଷ୍ଟିକୋଣ ଉଦ୍ୟୋଗଶୀଳତା ଉତ୍ସାହକୁ ଉଜାଗର କରିଛି ଯାହା ସମାନ୍ତରାଳ ବିକାଶକୁ ଆଗେଇ ନେବା ଲାଗି ଷ୍ଟାର୍ଟ-ବିପ୍ଳବକୁ ଉଦ୍ଭାସିତ କରିଛି  । ଆପଣଙ୍କ ଡିଜିଟାଲ୍ ସାକ୍ଷରତା ସେମାନଙ୍କୁ ସମର୍ଥ କରିଛି ଯେଉଁମାନେ ଅର୍ଥନୈତିକ ମୁଖ୍ୟସ୍ରୋତ ଠାରୁ ଅଣଦେଖା ଏବଂ ଅବହେଳିତ ହୋଇ ରହିଥିଲେ । ଆପଣ ନିୟୁତ ନିୟୁତ ମହିଳାମାନଙ୍କୁ ସମ୍ମାନ ଦେଇଛନ୍ତି ଏବଂ ସଶକ୍ତ କରିଛନ୍ତି ଯେଉଁମାନେ ଆମ ସମାଜକୁ ରୂପାନ୍ତରଣ କରୁଛନ୍ତି  । ସ୍ୱଚ୍ଛ ଏବଂ ସବୁଜ ଭାରତ ପାଇଁ ଆପଣଙ୍କ ଲକ୍ଷ୍ୟ ଆମ ଦେଶକୁ ଏକ ନିରାପଦ ଭବିଷ୍ୟତ ପ୍ରଦାନ କରିବ  । ଆପଣଙ୍କ ଜାଗତିକ ରାଷ୍ଟ୍ରନୀତି ପାଇଁ ଧନ୍ୟବାଦ, ବିଶ୍ୱ ରାଷ୍ଟ୍ର ସମୂହରେ ଭାରତ ସଗୌରବେ ଛିଡ଼ା ହୋଇପାରିଛି  ।”