କୁମାର ମଙ୍ଗଳମ୍ ବିର୍ଲା, ଅଧ୍ୟକ୍ଷ, ଆଦିତ୍ୟ ବିର୍ଲା ଗ୍ରୁପ୍
“ପ୍ରଧାନମନ୍ତ୍ରୀଙ୍କ ସକ୍ରିୟତା, ତାଙ୍କର ଚିନ୍ତାଧାରାର ସ୍ତର, ଭାରତ ପାଇଁ ତାଙ୍କର ମହାନ ଅଭିଳାଷା, ଏବଂ ତାଙ୍କର ମହାନ ଉଦ୍ଦେଶ୍ୟ ରାଷ୍ଟ୍ରର ପୁନରୁତ୍ଥାନ ଦିଗରେ ଆଗେଇ ନେଇଛି ଏବଂ ବିଶ୍ୱ ସମୁଦାୟ ନିକଟରୁ ପ୍ରଶଂସା ଏବଂ ସମ୍ମାନ ହାସଲ କରିଛି । ବର୍ତ୍ତମାନ ଚାରିଆଡ଼େ ଆତ୍ମବିଶ୍ୱାସ ଏବଂ ‘କରିପାରିବାର’ର ଏକ ବାତାବରଣ ରହିଛି । ଏକ ଦୃଢ଼ ଏବଂ ସ୍ଥିର ଅର୍ଥନୈତିକ ପ୍ରଗତିର ଢାଞ୍ଚା ସେ ପ୍ରତିଷ୍ଠା କରିଛନ୍ତି ଯାହା ସମସ୍ତଙ୍କ ପାଇଁ ଲାଭପ୍ରଦ ହେବ । ତାଙ୍କ ନେତୃତ୍ୱ ଉପରେ 100କୋଟିରୁ ଉର୍ଦ୍ଧ୍ଵ ଦେଶବାସୀଙ୍କ ଆଶାଆକାଂକ୍ଷା ନିର୍ଭର କରୁଛି । ସେ ନିଜକୁ ଭାରତର ପ୍ରଧାନ ସେବକ ଭାବେ ଘୋଷଣା କରିଛନ୍ତି । ତାଙ୍କର ନେତୃତ୍ୱ ଦ୍ୱାରା ଅନୁପ୍ରାଣିତ ହୋଇ, ସେ ତାଙ୍କ ପ୍ରତିଭାସମ୍ପନ୍ନ ଦଳ ନିରବିଚ୍ଛିନ୍ନ ଭାବେ ସେମାନଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ।