ବର୍ଷ ବର୍ଷ ଧରି ଆମେ ଏକ ନିର୍ଦ୍ଦିଷ୍ଟ ଟିକସ ବ୍ୟବସ୍ଥାରେ ଚଳି ଆସୁଥିଲୁ । ସେଥିପାଇଁ ଏହି ବ୍ୟବସ୍ଥା ସହ ଖାପଖୁଆଇ ଯାଇଥିଲୁ । କିନ୍ତୁ ଦେଖିବାକୁ ଗଲେ କିଛି ନୂଆ ବ୍ୟବସ୍ଥା ଆମ ଭିତରେ ଅଧୀରତା ପ୍ରକଟ କରିବା ସ୍ୱଭାବିକ । କିନ୍ତୁ ଏହା ନିଶ୍ଚିତ ଭାବେ ଦୀର୍ଘକାଳୀନ ଲାଭ ଆଣିଦେବ । ଦୀର୍ଘକାଳୀନ ପ୍ରଭାବକୁ ଦେଖିଲେ ଏହା ଦେଶକୁ ଏକୀକୃତ କରିବ, ଏକ ସାଧାରଣ ଟିକସ ବ୍ୟବସ୍ଥା ସୃଷ୍ଟି କରିବ, ଏବଂ ଏହା ଟିକସ ଚୋରି କିମ୍ବା ଫାଙ୍କିକୁ ରୋକିବ । ତେଣୁ ଏହା ଆମ ଅର୍ଥବ୍ୟବସ୍ଥା ପାଇଁ ଭଲ ।