ଗାଇ ସେବାସ୍ତିଆନ, ଅଷ୍ଟ୍ରେଲୀୟ ଗାୟକ
ମହାମହିମ ପ୍ରଧାନମନ୍ତ୍ରୀଙ୍କ ସହ ମୋର ସାକ୍ଷାତ ଚମତ୍କାର ଥିଲା ଏବଂ ଆମେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲୁ । ସେ ଅତ୍ୟନ୍ତ ସ୍ନେହୀ ଏବଂ କୋମଳ ଥିଲେ, ସମସ୍ତଙ୍କ କଥା ସମ୍ମାନର ସହ ଶୁଣୁଥିଲେ । ଆମେ ସଙ୍ଗୀତ ବିଷୟରେ ମଧ୍ୟ କଥା ହୋଇଥିଲୁ, ସେ ମୋତେ ଏକ ଗୀତ ଦେଖାଇଲେ ଯାହା 'ନାଟୁ ନାଟୁ' ନାମରେ ଭାଇରାଲ ହୋଇଛି । ଗୀତଟି ଏତେ ପ୍ରସିଦ୍ଧ ହୋଇଥିଲା ଯେ କୋରିଆ ଦୂତାବାସ ମଧ୍ୟ ଏହାକୁ କଭର କରିଛି । ତେଣୁ ମୁଁ ଏହା ଶିଖିବାକୁ ଯାଉଛି। କାନପୁରରୁ ମୋ ମା'ଙ୍କ ବିଷୟରେ ମଧ୍ୟ ସେ କହିଥିଲେ ଯେ ଆମ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଏହା ମୋ ପାଇଁ ପ୍ରକୃତରେ ଏକ ସୁନ୍ଦର ସମୟ ଥିଲା ଏବଂ ଯେତେବେଳେ ମୁଁ ଏଠାରୁ ବାହାରିବି, ମୁଁ ପ୍ରଥମେ ମୋ ମା'ଙ୍କ ସହ କଥା ହେବି ଏବଂ ତାଙ୍କୁ ଏହି ସାକ୍ଷାତ ବିଷୟରେ କହିବି । ସେ ବହୁତ ଖୁସି ଥିଲେ ଯେ ମୁଁ ମହାମହିମ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରୁଛି, ତେଣୁ ଏହା ଏକ ବଡ଼ ସମ୍ମାନ ।